Homebreaking newsରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା, ସୁନା ଦୋକାନ ଭିତରେ ପଶି ଲୁଟୁ ଥିଲେ ଗହଣା

ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା, ସୁନା ଦୋକାନ ଭିତରେ ପଶି ଲୁଟୁ ଥିଲେ ଗହଣା

ଭୁବନେଶ୍ୱର, (୨୧/୦୮) : ଆପ୍ର : ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ମହିଳା ଲୁଟେରାଙ୍କ ଟାର୍ଗେଟରେ ଗହଣା ଦୋକାନ । ସିସିଟିଭି ଆଢ଼ୁଆଳ ବୁଲାଉ ଥିଲେ କାରନାମା ।

ଗହଳି କରି ଲୁଟୁ ଥିଲେ ଗହଣା । ଚନ୍ଦ୍ରଶେଖର ମାରୁତି ଜୁଏଲାରୀରୁ ଗହଣା ଲୁଟ୍ ଅଭିଯୋଗ । ତିନି ଜଣ ମହିଳାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସାମ୍ନାକୁ ଆସିଛି ମହିଳାଙ୍କ ଲୁଟ୍ ସମୟର ସିସିଟିଭି । ଦୋକାନ ଭିତରେ ପଶି ଖେଳାଇଥିଲେ ଲୁଟ୍ ଆତଙ୍କ । ମଙ୍ଗଳସୁତ୍ର ଦେଖିବା ଆଳରେ ଲୁଟିନେଇଥିଲେ ଗହଣା । ସିସିଟିଭିରୁ ଠାବ ପରେ ତିନି ଜଣ ମହିଳାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଗତକିଛି ଦିନ ତଳେ ଭୁବନେଶ୍ୱର ଏମ୍ସ ନିକଟରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟ୍ ହୋଇଛି । ତେବେ ମହିଳା ଜଣକ ପ୍ରତିରୋଧ କରି ଗୋଡ଼ାଇବାରୁ ଜଣେ ଲୁଟେରା ବାଇକରୁ ଖସି ପଡିଥିଲେ । ସ୍ଥାନୀୟ ଲୋକମାନେ ଲୁଟେରା ଜଣକୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ବଡ଼ କଥା ହେଉଛି ତା ନିକଟରୁ କିଛି ନିଶା ସାମଗ୍ରୀ ଓ ବନ୍ଧୁକ ଜବତ ମିଳିଥିଲା । ତେବେ ଏମ୍ସ ନିକଟ ଜନଗହଳିପୂର୍ଣ୍ଣ ରାସ୍ତାରେ ଏଭଳି ଲୁଟପାଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments