Homelocalଜାତୀୟ କର୍କଟ ସଚେତନତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା, (୦୮/୧୧) : ଆପ୍ର : ନଭେମ୍ବର ୭ ଜାତୀୟ କର୍କଟ ସଚେତନତା ଦିବସ (National Cancer Awareness Day) ଅବସରରେ ୭ ନଭେମ୍ବର ୨୦୨୬ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (District Headquarters Hospital) ପରିସରରେ ସେଣ୍ଟୁରିଅନ୍ ବିଶ୍ୱବିଦ୍ୟାଳୟ, ରାୟଗଡ଼ାର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।WhatsApp Image 2026 11 07 at 16.47.27

ଏହି କାର୍ଯ୍ୟକ୍ରମରେ ବି.ଏସ୍‌.ସି. ନର୍ସିଂ ତୃତୀୟ ସେମିଷ୍ଟରର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସାଧାରଣ ଜନତାଙ୍କୁ କର୍କଟ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଏବଂ ଚିକିତ୍ସା ସମ୍ପର୍କରେ ସଚେତନ କରିଥିଲେ । ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା United by Unique (ବିବିଧତା ମଧ୍ୟରେ ଏକତା) । କାର୍ଯ୍ୟକ୍ରମରେ ସ୍ତନ କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ, ମୁଖ ଗହ୍ୱର କର୍କଟ, ଫୁସ୍‌ଫୁସ୍ କର୍କଟ ଆଦି ବିଭିନ୍ନ ପ୍ରକାରର କର୍କଟ ରୋଗ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ତମାଖୁ ଓ ମଦ୍ୟପାନରୁ ଦୂରେଇ ରହିବା, ସୁସ୍ଥ ଜୀବନଶୈଳୀ ଆପଣେଇବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ବିଶେଷ କରି ଗର୍ଭାଶୟ ଗ୍ରୀବା କର୍କଟର ପ୍ରତିରୋଧ ପାଇଁ HPV ଟିକାକରଣ ଏବଂ ନିୟମିତ ସ୍କ୍ରିନିଂର ଆବଶ୍ୟକତା ବିଷୟରେ ମଧ୍ୟ ସଚେତନ କରାଯାଇଥିଲା । କର୍କଟ ରୋଗ ସମ୍ପର୍କିତ ଅନ୍ଧବିଶ୍ୱାସ, ଭୟ ଓ ସାମାଜିକ କୁସଂସ୍କାର ଦୂର କରିବା ସହ ଏହାର ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସା ଦ୍ୱାରା ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଛାତ୍ରଛାତ୍ରୀମାନେ ବାର୍ତ୍ତା ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ କର୍କଟ ରୋଗ ପ୍ରତି ସଚେତନତା ବୃଦ୍ଧି କରିବା ସହ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ଓ ସମାଜରେ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା । ସ୍କୁଲ୍ ଅଫ୍ ନର୍ସିଂ, ସେଣ୍ଟୁରିଅନ୍ ବିଶ୍ୱବିଦ୍ୟାଳୟ, ରାୟଗଡ଼ା ପକ୍ଷରୁ ଏଭଳି ଜନସଚେତନତାମୂଳକ ପଦକ୍ଷେପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଏବଂ କର୍କଟ ରୋଗର ପ୍ରତିରୋଧ ଦିଗରେ ଏକ ସକାରାତ୍ମକ ପ୍ରୟାସ ଭାବେ ପରିଗଣିତ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments