Homelocalଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାୟଗଡ଼ା କଲେଜରେ ଉତ୍ତେଜନା

ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାୟଗଡ଼ା କଲେଜରେ ଉତ୍ତେଜନା

ରାୟଗଡା, (୧୬/୧୦) : ଆପ୍ର : ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ତୀବ୍ର ହୋଇଛି ।WhatsApp Image 2026 10 17 at 10.36.57

ଭୋଟ ଗଣତିରେ ଅନିୟମିତତା ଓ ପକ୍ଷପାତିତା ଅଭିଯୋଗ କରି ବିଜୁ ଛାତ୍ର ଜନତା ଦଳ (ବିଜେଡି) ସମର୍ଥିତ ସଭାପତି ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ କଲେଜ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଗୁରୁବାର ରାତିରୁ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିବା ସହ ବର୍ଷାରେ ଭିଜି ଆନ୍ଦୋଳନ ଜାରି ରଖିଥିଲେ। ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ, ଭୋଟ ଗଣତି ସମୟରେ ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କୁ ବାହାର କରିଦିଆଯାଇଥିଲା । ଏଜେଣ୍ଟଙ୍କ ଅନୁପସ୍ଥିତିରେ ଗଣତି ହୋଇଥିବାରୁ ଏହାର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି । ଗଣତି ସମୟରେ ସେ ପ୍ରାୟ ୧୩୫ ଭୋଟରେ ଆଗୁଆ ଥିଲେ । ପରେ ୪୮ଟି ଭୋଟ ନାକଚ ହେବା ପରେ ପ୍ରତିଦ୍ୱନ୍ଦ୍ୱୀ ମାତ୍ର ୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ସେ ଦାବି କରିଛନ୍ତି । ତେଣୁ ପୁନଃ ଭୋଟ ଯାଞ୍ଚ ଓ ଗଣତି ଦାବି କରିଛନ୍ତି ।

ଏଥିସହ ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀଙ୍କ ଉପସ୍ଥାନ ୭୫ ପ୍ରତିଶତ ନଥିବା ସତ୍ତ୍ୱେ ତାଙ୍କୁ ପ୍ରାର୍ଥୀ ହେବାକୁ ସୁଯୋଗ ଦିଆଯାଇଥିବା ଜଗଦୀଶ ଅଭିଯୋଗ କରିଛନ୍ତି । ଏହା ଲିଙ୍ଗଦୋହ କମିଟିର ନିର୍ଦ୍ଦେଶାବଳୀର ଉଲ୍ଲଂଘନ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, କଲେଜ ଅଧ୍ୟକ୍ଷା ସରସ୍ୱତୀ ରୟ ଫଳାଫଳ ଘୋଷଣା କରି ଏବିଭିପି ସମର୍ଥିତ ସୁମିତ ରତ୍ନାଲୁଙ୍କୁ ବିଜୟୀ ଘୋଷଣା କରିଥିଲେ। ଏହା ପରେ ବିଜେଡି ସମର୍ଥିତ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୁଲିସ ବୁଝାସୁଝା କରିଥିଲେ ମଧ୍ୟ ଛାତ୍ରମାନେ ଧାରଣାରୁ ଉଠିନଥିଲେ । ଏପରିକି ପୁଲିସ ଓ ଆନ୍ଦୋଳନରତ ଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେ ବିଜେଡି ଜିଲା ସଭାନେତ୍ରୀ ଅନୁଶୟା ମାଝୀ ଓ କାଉନସିଲର ସୁଭ୍ରା ପଣ୍ଡା ପହଞ୍ଚି ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ। ଏପଟେ ବିଜେଡି ପକ୍ଷରୁ ଛାତ୍ରଛାତ୍ରୀ ମାନେ ଥାନାରେ ଏତଲା ଦେଇଛନ୍ତି। ଅଧ୍ୟକ୍ଷା ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ସାରା ରାତି କଲେଜ ପରିସରରେ କର୍ମଚାରୀମାନେ ଅଟକ ରହିଥିଲେ । ଶୁକ୍ରବାର ସକାଳେ ପୁଲିସ ସୁରକ୍ଷା ମଧ୍ୟରେ ଅଧ୍ୟକ୍ଷା ଓ ଅଧ୍ୟାପକମାନେ କଲେଜରୁ ବାହାରିଥିଲେ । ଏହି ସମୟରେ ଫାଟକ ସମ୍ମୁଖରେ ଟଣାଓଟରା ହୋଇଥିଲା । ପରେ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ସଫା କରାଯାଇ ପାଣି ମାରି ଦିଆଯାଇଥିଲା । ସକାଳୁ ଛାତ୍ରଛାତ୍ରୀମାନେ ପୁଣି ଏକାଠି ହୋଇ ଭୋଟ ଗଣତିର ପୁନଃଯାଞ୍ଚ ଓ ନିର୍ବାଚିତ ପ୍ରାର୍ଥୀଙ୍କ ଶପଥପାଠ ନ କରାଇବାକୁ ଲିଖିତ ଦାବି ଦେଇଛନ୍ତି। ଘଟଣାକୁ ନେଇ କଲେଜ ପରିସରରେ ଏବେ ମଧ୍ୟ ଉତ୍ତେଜନା ଲାଗିରହିଛି। ଏନେଇ କଲେଜ ଅଧ୍ୟକ୍ଷା ସରସ୍ୱତୀ ରୟ କହିଛନ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ସମ୍ମୁଖରେ ନିର୍ବାଚିତ ଛାତ୍ରଛାତ୍ରୀଙ୍କୁ ସପଥପାଠ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments