Homeaccidentଭେଲୁଆଖୋଲ ନିକଟରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର

ଭେଲୁଆଖୋଲ ନିକଟରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର

ଖପ୍ରାଖୋଲ, (୦୭/୧୧) : ଆପ୍ର : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ନିକଟସ୍ଥ ଭେଲୁଆଖୋଲ ଗ୍ରାମ ପାଖରେ ଶୁକ୍ରବାର ରାତି ପ୍ରାୟ ୮ଟାରେ ଦୁଇ ବାଇକ୍ ମଧ୍ୟରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଡମନିମାଲ ଗ୍ରାମର ନେହରୁ ମହାନନ୍ଦଙ୍କ ପୁଅ ରବୀନ ମହାନନ୍ଦ (୨୫) । ଆହତଙ୍କ ମଧ୍ୟରୁ ଦିଲୀପ ବରିହାଙ୍କ ଗୋଡ଼ ଭାଙ୍ଗିଯାଇଥିବାରୁ ତାଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ରବୀନଙ୍କ ସାନଭାଇ ଖପ୍ରାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଲିସ ତିନିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିବାବେଳେ ଡାକ୍ତର ରବୀନଙ୍କୁ ମୃତ ଘୋଷଣା କରିଥିଲେ । ସେ ସ୍ତ୍ରୀ ଓ ଦୁଇ ଶିଶୁଙ୍କ ସହ ଖପ୍ରାଖୋଲରେ ରହି ହେମାଳି କାମ କରି ପରିବାର ଚଳାଉଥିଲେ । ତାଙ୍କ ଅକାଳ ମୃତ୍ୟୁରେ ପରିବାର ଅସହାୟ ହୋଇପଡ଼ିଛି । ଅନ୍ୟପକ୍ଷରେ, ମଦ୍ୟପାନ କରି ବାଇକ୍ ଚାଳନା ଦୁର୍ଘଟଣାର କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ପୁଲିସ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ଏନେଇ ଖପ୍ରାଖୋଲ ଥାନାରେ କେସ୍ ନଂ ୨୩୫/୨୦୨୬ ରୁଜୁ ହୋଇଛି । ଥାନାଧିକାରୀ ନରେନ୍ଦ୍ର ଛତର ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments