Homelocalଜିଲ୍ଲା ସ୍ତରୀୟ ସୁରଭି ତଥା ଜିଲ୍ଲା ସ୍ତରୀୟ ଛାୟା ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସୁରଭି ତଥା ଜିଲ୍ଲା ସ୍ତରୀୟ ଛାୟା ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ତାଳେ ତାଳେ ଝୁମିଲେ ଅତିଥି ଓ ଦର୍ଶକ
  • ରାଜ୍ୟ ସୁରଭି ରେ ଭାଗନେବେ ସତତିରିଶି ଜଣ
  •  ଆଭାସୀ ବିରୋଧୀଙ୍କ ପ୍ରଶ୍ନବାଣରେ ବିଧାୟକ ଖୁସ୍
  •  ଛାୟା ସଂସଦ ନିମନ୍ତେ ରାଜ୍ୟକୁ ପ୍ରତିନିଧିତ୍ୱ କରିବେ ପାଞ୍ଚ ଜଣ ଛାତ୍ର ଛାତ୍ରୀ

ରାୟଗଡା, (୦୮/୧୧) : ଆପ୍ର : ରାୟଗଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ କୋଲନରା ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 11 07 at 18.45.55 1

ସେହିପରି ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ ପିଏମ୍ ଶ୍ରୀ ଜଗଦମ୍ବା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ : ଦୁଷ୍ମନ୍ତ କୁମାର ମହାନ୍ତି , ବରେଣ୍ୟ ଅତିଥି ରୂପେ ବିଧାୟକ ଆପଲାସ୍ୱାମି କାଡ୍ରାକା ବିଧାୟକ ଶ୍ରୀ ନୀଳମାଧବ ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣୀୟାକା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ମେହେର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନି ଓ ସସ୍ମିତା ବେହେରା, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ବେହେରା ଓ ଦେବସ୍ମିତା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ମଧ୍ୟ ଏଠାରେ ପିଲାଙ୍କ ମଧ୍ୟରେ ଅନେକ ସମ୍ଭାବନା ପୂରି ରହିଛି । ଘଞ୍ଚ ଜଙ୍ଗଲରେ ବିଶଲ୍ୟକରଣିର ସନ୍ଧାନ ଭଳି ରାୟଗଡ ଜିଲ୍ଲାର କୋଣ, ଅନୁକୋଣରୁ ପ୍ରତିଭାବାନ ଶିଶୁଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଆବଶ୍ୟକ ଓ ଉପଯୁକ୍ତ ମାର୍ଗ ଦର୍ଶନ କରିବା ଦ୍ୱାରା ସେମାନେ ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବାସହ ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ଅନନ୍ୟ ଗୁଣାବଳୀ ପାଇଁ ପ୍ରସ୍ପୁଟିତ ହେବେ ।

ଶିକ୍ଷା ସହ ନିଜ ଜୀବନର ଲକ୍ଷ୍ୟ ଦିଗରେ ସକାରାତ୍ମକ ସ୍ୱପ୍ନ ଦେଖିବା ଓ ସେଥିପାଇଁ ସାଧନା ଓ ପ୍ରଚେଷ୍ଟା ପାଇଁ ଅତିଥିବୃନ୍ଦ ଶିଶୁଙ୍କୁ ପ୍ରବର୍ତ୍ତାଇ ଥିଲେ । ରାୟଗଡା ବିଧାୟକ ନିଜ ଜୀବନର ଜ୍ୱଳନ୍ତ ଉଦାହରଣ ଦେଇ ଉତ୍ତମ ମଣିଷ ହେବାର ମନ୍ତ୍ରପ୍ରଦାନ କରିଥିଲେ । ପ୍ରତି ବ୍ଲକରୁ ସତତିରିଶି ଜଣ ଲେଖାଏଁ ବ୍ଲକ ସ୍ତରୀୟ କୃତ୍ତି ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଅତିଥି ଓ ଦର୍ଶକ ସମେତ ଏଥିରେ ନାଚିଥିଲେ । ସେହିପରି ଛାୟା ସଂସଦ କାର୍ଯ୍ୟକ୍ରମ ରେ ପ୍ରତି ବ୍ଲକ ରୁ ଆଠ ଜଣ ଲେଖାଏଁ ପ୍ରତିନିଧିତ୍ୱ କରିଥିଲେ । ଗତ ଶୁକ୍ରବାର ଦିନ ଏକ ଅଭ୍ୟାସ ଦିବସ ପରେ ଶନିବାର ଦିନ ଅନୁଷ୍ଠିତ ଛାୟା ସଂସଦ ଅଧିକ ଚିତାକର୍ଷକ ଥିଲା ।

ରାଷ୍ଟଗାନ ଓ ଜାତୀୟ ସଙ୍ଗୀତରୁ ଆରମ୍ଭ ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସମସ୍ତ ସାଂସଦଙ୍କୁ ଶପଥପାଠ କରାଇଥିଲେ । ବିରୋଧୀଙ୍କ ପ୍ରଶ୍ନବାଣରେ ଛାୟା ସଂସଦରେ ବେଶ୍ ଉଷ୍ମତା ଦେଖାଦେଇଥିଲା । ଏଥିରେ ଶିକ୍ଷା ଅଧିକାର ଓ ଗୁଣାତ୍ମକ ଶିକ୍ଷା, ବାତ୍ୟା ପ୍ରବଣ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନା, ଶିକ୍ଷାନୁଷ୍ଠାନରେ ବଢୁଥିବା ଶୃଙ୍ଖଳାହୀନତା, ଆଦିବାସୀ ଅଞ୍ଚଳରେ ଶିଳ୍ପାୟନ, ଅର୍ଥନୈତିକ ଅସ୍ଥିରତା ଓ ମୂଲ୍ୟବୃଦ୍ଧି, ଆନ୍ତର୍ଜାତୀୟ ଯୁଦ୍ଧ ଓ ବିଶ୍ୱଶାନ୍ତି ତଥା କୃଷି କ୍ଷେତ୍ରରେ ସମସ୍ୟା ଆଦି ବିଷୟରେ ବିରୋଧୀ ପ୍ରଶ୍ନ କରିଥିଲେ ଏବଂ ଶାସକ ଦଳ ଏହାର ଉତ୍ତର ରଖି ବାକୁ ଚେଷ୍ଟାକରିଥିଲେ । ଦୁଇ ଶହ ପଚାଶ ଜଣ ରୁ ଉର୍ଦ୍ଧ୍ୱ ଶିଶୁ ଏଥିରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ନଭେମ୍ବର ଏଗାର ତାରିଖଦିନ ରାଜ୍ୟ ସ୍ତରୀୟ ଛାୟା ସଂସଦ ପାଇଁ ପାଞ୍ଚ ଜଣ ଏବଂ ରାଜ୍ୟସ୍ତରୀୟ ସୁରଭି ନିମନ୍ତେ ସତ ତିରିଶି ଜଣ ଶିଶୁ ଭଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ଭଜନଲାଲ ମାଝୀ ପ୍ରକାଶ କରିଛନ୍ତି ।

ଶିଶୁଙ୍କ ଦକ୍ଷତାକୁ ପ୍ରଶଂସା କରିବା ସହ ରାଜ୍ୟ ସ୍ତରରେ ଉଚ୍ଚ କୋଟିର ପ୍ରଦର୍ଶନ କରି ଜିଲ୍ଲାକୁ ସୁନାମ ଆଣିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ଅବସରରେ ସାଂସଦ ତଥା ଇ ଭି ଏମ ଓ ବାଲୋଟ ବାକ୍ସ ମାଧ୍ୟମରେ ଭୋଟଦାନ ପ୍ରକ୍ରିୟାର ଏକ ସଚେତନତା ମୂଳକ ମଡେଲ ପ୍ରସ୍ତୁତ କରି ମତଦାନ ପ୍ରକ୍ରିୟା ସମ୍ପର୍କରେ ଜଣ ସଚେତନତା ସୃଷ୍ଟି କରାଯାଇଥିଲା । ବିଭିନ୍ନ ଦେଶର ମୁଦ୍ରା, ବିଭିନ୍ନ ରାଜ୍ୟର ଲୋକସଭା ଆସନ, ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ଫଟୋଚିତ୍ର, ଭିନ୍ନ ରାଜ୍ୟର ଲୋକସଭାର ଫଟୋଚିତ୍ର, ସମସ୍ତ ପ୍ରଧାନମନ୍ତ୍ରୀଙ୍କ ମତଦାନ ହାର, ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ଓ ନୂତନ ସଂସଦ ଫଟୋଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।

ସୁରଭି ମହୋତ୍ସବର ଆୟୋଜନ ଦାୟୀତ୍ୱରେ କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ବେହେରା ଏବଂ ଛାୟା ସଂସଦ ଆୟୋଜନ ଦାୟୀତ୍ୱରେ ପେଣ୍ଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମନୋଜ କୁମାର ଗୌଡ଼ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି ସମସ୍ତ କାର୍ଯ୍ୟର ତଦାରଖ କରିଥିବା ବେଳେ ସଂଯୋଜକ ଜ୍ଞାନରଞ୍ଜନ ସାହୁ, ସୁରେନ୍ଦ୍ର କୁମାର ସାଠୁଆ, ଦିଲ୍ଲୀପ କୁମାର ସାବତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments