Homelocalଧର୍ମ ପରାୟଣ ମହିଳାଙ୍କ ପରଲୋକ

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ୫ ନମ୍ବର ୱାର୍ଡରେ ରହୁଥିବା ଧର୍ମ ପରାୟଣା ମହିଳା ମଞ୍ଜରୀ ପାତ୍ରଙ୍କ ୬୮ ବର୍ଷ ବୟସରେ ପରଲୋକ ଘଟିଛି ।

ବିନିକା ସହର ତଥା ଅଞ୍ଚଳର ଜଣାଶୁଣା ଶିଳ୍ପପତି ସୁନୀଲ ପାତ୍ର ( ବୁଲୁ) ଙ୍କ ମାତୃ ବିୟୋଗ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଗତକାଲି ମଞ୍ଜରୀଙ୍କ ଦେହ ଅସୁସ୍ଥ ହେବାରୁ ତାକୁ ପରିବାର ଲୋକେ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ପରିବାର ଲୋକେ ତାଙ୍କ ମର ଶରୀରକୁ ନିଜ ବାସଭବନକୁ ଆଣିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସାହି ପଡିଶା, ବନ୍ଧୁ ବାନ୍ଧବ ଓ ସହରବାସୀ ମାନେ ପ୍ରମୁଖ ଦର୍ଶନ କରିଥିଲେ । ପରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ୱର୍ଗଦ୍ୱାରକୁ ନିଆ ଯାଇଥିଲା । ତାଙ୍କ ପୁଅ ସୁନୀଲ ପାତ୍ର ( ବୁଲୁ) ମୁଖାଗ୍ନି ଦେଇଥିବା ବେଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ହେଲେ ମୁଖାଗ୍ନି ସମୟରେ ତାଙ୍କ ବୋହୁ ସୁକନ୍ୟା ପାତ୍ର, ନାତି ସାଇସୁରଜ ପାତ୍ର, ନାତୁଣୀ ସଞ୍ଜନା ପାତ୍ରଙ୍କ ସହ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments