Homelocalସରକାରୀ ପଲିଟେକ୍ନିକ୍ କଲେଜ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ସରକାରୀ ପଲିଟେକ୍ନିକ୍ କଲେଜ ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ସୁବର୍ଣ୍ଣପୁର, (୦୬/୧୧) : ଆପ୍ର : ସୁବର୍ଣ୍ଣପୁର ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି ।WhatsApp Image 2026 11 07 at 11.44.33 1

ଏହି ଅବସରରେ ଜିଲ୍ଲାପାଳ ଦେବାଶିଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୌଭାଗ୍ୟ ମହାନ୍ତି ମାଣ୍ଡିଆ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ମାଣ୍ଡିଆ ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଉପକାରୀ ବୋଲି ଜନସାଧାରଣଙ୍କୁ ସଚେତନ କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ଦୈନନ୍ଦିନ ଖାଦ୍ୟରେ ନିୟମିତ ଖାଦ୍ୟଶସ୍ୟ ସହ ମାଣ୍ଡିଆକୁ ମଧ୍ୟ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ ।WhatsApp Image 2026 11 07 at 11.44.32 3

ଏହି ଉତ୍ସବରେ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ଚାଷୀମାନେ ଯୋଗଦେଇଥିଲେ । ପଶ୍ଚିମ ଓଡ଼ିଶାରେ ମାଣ୍ଡିଆ ପୂର୍ବରୁ ଲୋକଙ୍କ ଖାଦ୍ୟର ଏକ ଅଂଶ ହୋଇ ରହିଆସିଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କହିଥିଲେ । ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ଓ ଉତ୍ପାଦ ପ୍ରସ୍ତୁତ କରି ଏହାର ମୂଲ୍ୟବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏହାଦ୍ୱାରା ମାଣ୍ଡିଆ ଉତ୍ପାଦର ବଜାର ସୁଯୋଗ ବୃଦ୍ଧି ପାଇବା ସହ ଏହା ଅଧିକ ଲୋକପ୍ରିୟ ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments