ଅଟୋକୁ ଧକ୍କା ଦେଲା କାର ୩ ଗୁରୁତର ୬ ଆହତ

Date:

Share post:

ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା ପାଖରେ ଟେମ୍ପୋକୁ ପଛରୁ ପିଟିଲା କାର୍ ।

୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ୬ ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଟେମ୍ପୋରେ ଦୁଇଟି ପରିବାର ଉଭୟ ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ୯ ଜଣ ପ୍ରତିମା ପ୍ରଧାନ (୩୫),ନିଲେସ୍ ସାହୁ (୧୫) ,କୁନା ସାହୁ ଓଟୋ ଡ୍ରାଇଭର,ଶିତଲ ପ୍ରଧାନ (୧୪),ଓମ୍ ପ୍ରଧାନ (୯),ସୁଭଦ୍ରା ସ୍ବାଇଁ ,ସାଇସା ସାହୁ (୪),ଲିଲାସ୍ ସାହୁ (୩୬),ଅରପିତା ସାହୁ , କଞ୍ଜା ଗ୍ରାମରୁ ଓଗି ଗ୍ରାମକୁ ନଣନ୍ଦ ପ୍ରତିଭା ପ୍ରଧାନ ଙ୍କୁ ଛାଡ଼ିବା ପାଇଁ ଏକ ଅଟୋ ରେ ଯାଉଥିଲେ ।

ପଛରୁ କାରଟି ଦ୍ରୁତ ଗତିରେ ଆସି ଅଟୋକୁ ପଛପାଖକୁ ପିଟିବା ପରେ ଉଭୟ କାର ଓ ଅଟୋ ରାସ୍ତା ପାର୍ଶ୍ଵରେ ଓଲଟି ପଡ଼ିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି  । ସେଥି ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଲାଞ୍ଚ ନେଉଥିବା ସମୟରେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ଵର, (୧୮/୦୬) : ଆପ୍ର : ଲାଞ୍ଚ ନେଉଥିବା ସମୟରେ ଜଣେ ଏଏସଆଇ ଓ ହୋମଗାର୍ଡଙ୍କୁ ମାଡିବସିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି...

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପାଟଣାଗଡ଼, (୧୮/୦୬) : ଆପ୍ର : ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ...

ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

ଭୁବନେଶ୍ୱର, (୧୮/୦୬) : ଆପ୍ର : ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ...

ଡାକ୍ତରଙ୍କ ଚିକିତ୍ସା ଅଭାବରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ଚିକିତ୍ସାଳୟରେ ଉତ୍ତେଜନା

ମାଲକାନଗିରି, (୧୮/୦୬) : ଆପ୍ର : ଡାକ୍ତରଙ୍କ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା...