କାମାକ୍ଷାନଗର, (୧୯/୦୬) : ଆପ୍ର : ଶିବ ବିବାହ ରୋଷଣୀରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଧର୍ମେନ୍ଦ୍ର ସାହୁ ଙ୍କୁ କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସାହି ବାସିନ୍ଦା । ସୂଚନାରୁ ଜଣାପଡିଛି ବିଳମ୍ବିତ ରାତିରେ ଶିବ ବିବାହ ରୋଷଣୀ ଚାଲିଥୁବା ସମୟରେ ବ୍ରାହ୍ମଣୀ ଦେବି ଛକରେ ରୋଷଣୀ ଦେଖୁଥିଲେ ଧର୍ମେନ୍ଦ୍ର, ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ଭିଡ ଭିତରୁ ବାହାରି ହଠାତ ଆକ୍ରମଣ କରିବା ଆରମ୍ଭ କରିଥିଲେ । ନିଜକୁ ରକ୍ଷା କରିବାକୁ ଯାଇ ହାତକୁ ମୁଣ୍ଡ ଉପରେ ରଖିବା ସମୟରେ ବାମ ହାତରେ ଗଭୀର ଅସ୍ତ୍ର ଚୋଟ ପଡ଼ିଥିଲା । ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା ଦୀନବନ୍ଧୁ।
ସେହିପରି ଆଜି କେନ୍ଦୁଝର ଜିଲ୍ଲା ସଦର ଥାନା ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ଙ୍କୁ ପଥରରେ ଛେଚି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଆସିଥିବା ବେଳେ ଘଟିଛି ଘଟଣା । ସଦର ଥାନା ବାଂଶପାଳ ବ୍ଲକ ଉପରରାଇଗୋଡ଼ା ପଞ୍ଚାୟତ ଆମୁଣି ଗାଁରେ ଘଟଣା ଘଟିଛି । ହତ୍ୟାକାଣ୍ଡକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

