Homelocalବଜ୍ରପାତରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜଳିପୋଡି ପାଉଁଶ

ବଜ୍ରପାତରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜଳିପୋଡି ପାଉଁଶ

ଢେଙ୍କାନାଳ // କାମାକ୍ଷାନଗର, (୦୪/୦୬) : ଆପ୍ର : ବଜ୍ରପାତରେ ଜଳିଗଲା ଛଅ ବଖରା ଘର । ଲକ୍ଷାଧିକ ଟଙ୍କାର ସୁନା, ରୁପା, ଆସବାବ ପତ୍ର ଜଳିପୋଡି ପାଉଁଶ । ଯମୁନାକୋଟ ଗାଁରେ ଘଟିଛି ଅଘଟଣ ।

ଗାଁ’ର ଅଖିଳ ସାହାଣୀ ଓ ଉଦୟ ସାହାଣୀଙ୍କ ଛଅ ବଖରା ଘର ଭସ୍ମିଭୂତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ କାମାକ୍ଷାନଗର ଅଞ୍ଚଳରେ ଘଡଘଡି ସହ ବର୍ଷା ହୋଇଥିଲା । ସେହି ସମୟରେ ହଟାତ ଅଖିଳ ଓ ଉଦୟଙ୍କ ଘର ଉପରେ ବଜ୍ରପାତ ହୋଇଥିଲା । ଫଳରେ ଛଅ ବଖରା ଘର ସମେତ ଘରେଥିବା ସୁନା, ରୁପା, ଓ ଅନ୍ୟ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରିରଖିଛି । ତେବେ ଅଖିଳ ଓ ଉଦୟ ଦୁଇଭାଇ ହୋଇଥିବା ଜଣାପଡିଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments