Homebreaking news୩୮୦ ବୋତଲ କଫ ସିରପ, ଗୋଟିଏ ପିସ୍ତଲ , ଗଞ୍ଜେଇ ଓ ୧ ଲକ୍ଷ ୧୯ହଜାର...

୩୮୦ ବୋତଲ କଫ ସିରପ, ଗୋଟିଏ ପିସ୍ତଲ , ଗଞ୍ଜେଇ ଓ ୧ ଲକ୍ଷ ୧୯ହଜାର ଟଙ୍କା ଜବତ : ୨ ଗିରଫ

ସୁବର୍ଣ୍ଣପୁର, (୨୭/୦୯) : ଆପ୍ର : ସୋନପୁର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନାର ଏକ ଟିମ୍‌ ଜନମୁରା ଗ୍ରାମସ୍ଥିତ ଅଭିଯୁକ୍ତ ରାଜେଶ ମିଶ୍ରଙ୍କ ଘରେ ଚଢ଼ାଉ କରିଥିଲେ ।

ତଲାସୀ ସମୟରେ ପୁଲିସ ଟିମ୍‌ ୩୮୦ ବୋତଲ କଫ ସିରପ, ୪୧ କିଲୋଗ୍ରାମ ୪୦୦ ଗ୍ରାମ ଗଞ୍ଜେଇ, ୧ଟି ଏୟାର ପିସ୍ତଲ , ବ୍ୟବହୃତ କାର ଏବଂ ନଗଦ ୧ଲକ୍ଷ ୧୯ ହଜାର ଟଙ୍କା ଜବତ କରିଛନ୍ତି । ଘରର ମାଲିକ ଜବତ ହୋଇଥିବା ଉପରୋକ୍ତ ସାମଗ୍ରୀଗୁଡ଼ିକ ନିଜ ଦଖଲରେ ରଖିବା ସମ୍ପର୍କରେ କୌଣସି ବୈଧ ଦଲିଲ କିମ୍ବା ଆଇନସମ୍ମତ କାରଣ ଉପସ୍ଥାପନ କରିପାରି ନ ଥିଲେ । ଏହି ସମ୍ପର୍କରେ ପୁଲିସ ସୋନପୁର ଥାନାରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ମାମଲାରେ ଦୁଇଜଣ ଅଭିଯୁକ୍ତ ହେଲେ ଜନମୁରା ଗ୍ରାମର ରାଜେଶ ମିଶ୍ର (୩୦) ଓ ଉତ୍ତର ପ୍ରଦେଶ ରାଜ୍ୟର ଚିତ୍ରକୋଟ ଜିଲ୍ଲା ଓ ଥାନାର କର୍ବି ଗ୍ରାମାର କର୍ଣ୍ଣ ପ୍ରସାଦ(୨୧) କୁ ପୁଲିସ ଗିରଫ କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments