Homelocalବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ

ବଲାଙ୍ଗୀର ଜିଲ୍ଲା ଓୟୁଜେ ସଭାପତି ଭାବେ ପ୍ରଦୀପ୍ତ ମିଶ୍ର, ସମ୍ପାଦକ ଭାବେ ଅଭୟ ତ୍ରିପାଠୀ ନିର୍ବାଚିତ

ଟିଟିଲାଗଡ଼, (୨୭/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଗଠନର ଦ୍ୱିବାର୍ଷିକ ନିର୍ବାଚନ ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସମ୍ପନ୍ନ ହୋଇଛି ।WhatsApp Image 2026 09 27 at 18.20.19

ବୈଠକରେ ସର୍ବସମ୍ମତି କ୍ରମେ ପ୍ରଦୀପ୍ତ ମିଶ୍ର ସଭାପତି ଏବଂ ଅଭୟ ତ୍ରିପାଠୀ ସମ୍ପାଦକ ଭାବେ ଆଗାମୀ ଦୁଇ ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଓୟୁଜେ ସଦସ୍ୟ ଶ୍ରୀବତ୍ସ ବେହେରା ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିବା ବେଳେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଋତୁରାଜ ସିଂ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ଅନୁଷ୍ଠିତ ସଭାରେ ଓୟୁଜେର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି ତଥା ସଂଘର ରାଜ୍ୟ ଉପସଭାପତି ସନ୍ତୋଷ ସିଂଦେଓ, ବରିଷ୍ଠ ସଦସ୍ୟ ଦୀପକ ସମ୍ମାଦାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓୟୁଜେ ସର୍ବଦା ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ଓ ପେନସନ ନେଇ ସଂଗ୍ରାମ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ । ଏହାସହ ସାମ୍ବାଦିକମାନେ ନିର୍ଭିକ ଭାବେ ନିରପେକ୍ଷ ଓ ସତ୍ୟ ଖବର ପ୍ରସାରଣ କରିବା ସହ ନିଜ ପେଷାର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ କରିଥିଲେ ।WhatsApp Image 2026 09 27 at 18.20.19 1

ସଂଘର ବରିଷ୍ଠ ସଦସ୍ୟ ଦିଲୀପ ପୁରୋହିତ, ଜଗଦୀଶ ଜୈନ, ଈଶ୍ୱର ଜୈନ, ଧନମତ ପାଣିଗ୍ରାହୀ, ଅନ୍ତର୍ଯ୍ୟାମୀ ପଶାୟତ, ସଞ୍ଜୟ ବେହେରା, ଭଗବାନ ମହାନ୍ତି, ,ସନତ ପାଢ଼ୀ, ଅଶୋକ ତ୍ରିପାଠୀ, ପ୍ରଭଜିତ ସିଂ ସାଲୁଜା, ଅନିଲ ତ୍ରିପାଠୀ, ପ୍ରକାଶ ଗୋୟଲ, ବିଭୁ କଲ୍ୟାଣ ଗଡ଼ତିଆ, ଅବିନାଶ ନନ୍ଦ, ତରୁଣ ବେହେରା, ଅଜିତ ସାହୁ, ସୁରଦାଶ ବାଗ, ସନ୍ତୋଷ ପଟ୍ଟନାୟକ, ଭବାନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments