Homelocalଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ

ଶହୀଦ୍ ମାଧୋ ସିଂ ସମ୍ମାନ୍” ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ

ସୁବର୍ଣ୍ଣପୁର, (୨୭/୦୯) : ଆପ୍ର : “ଶହୀଦ୍ ମାଧୋ ସିଂ ସମ୍ମାନ୍” ରେ ସମ୍ମାନୀତ ହେଲେ ପୂର୍ବତନ ଜିଲ୍ଲାପାଳ ଡଃ ନୃପରାଜ ସାହୁ ।WhatsApp Image 2026 09 28 at 09.58.50

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ (WOYM) ପକ୍ଷରୁ ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଏକ ଭବ୍ୟ ସମାରୋହରେ ଏହି ମର୍ଯ୍ୟାଦା ଜନକ ସମ୍ମାନରେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କ ଦ୍ଵାରା ଡଃ. ସାହୁ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଏହି ଅବସରରେ ମଞ୍ଚରେ ବିଧାୟକ ଇରାସିସ ଆଚାର୍ଯ୍ୟ, ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଏବଂ ଯୁବା ମଞ୍ଚ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କୁ ଏହି ଅବସରରେ ପ୍ରଶଂସା କରାଯିବା ସହ ସମ୍ବର୍ଦ୍ଧିତ କରି କୁହାଯାଇଥିଲା ଯେ ସେବା, ଶାସନ୍ ଆଉ ସାହିତ୍ୟରେ ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ୍ ଚେହେରା ଏବଂ ପ୍ରଶାସକ ଜୀବନ ଭିତରେ ଶାସନ କାଳରେ ଲୋକଙ୍କ ପାଖରେ ପହଞ୍ଚାଇ, ଜନସାଧାରଣ ଙ୍କ ମନ ଭିତରେ ଗୋଟେ ବଡ଼ ଜାଗା ପାଇ ପାରିଥିବାରୁ ତାଙ୍କୁ ସାଧୁବାଦ ଜଣାଯାଇଥିଲା ।

ଟିଟିଲାଗଡ଼ ବିଡିଓ ଭାବରେ ଆରମ୍ଭ କରିଥିବା ପ୍ରଶାସନିକ ଜୀବନ ସୋନପୁର ଜିଲ୍ଲାପାଳ ଭାବରେ ଶେଷ ହେଇଛେ ସତ ହେଲେ ସେହି ଇଲାକା ଏବେ ମଧ୍ୟ ଆପଣଙ୍କୁ ମନେ ପକାଉଛି । ସମ୍ବଲପୁର୍‌ ବିଶ୍ବବିଦ୍ୟାଳୟର କୁଳ ସଚିବ ଥିବାବେଳେ ଆପଣ ଆଣିଥିବା ଶିକ୍ଷାରେ ସଂସ୍କାର ଆଜି ଗୋଟେ ପଶ୍ଚିମ୍ ଓଡିଶାରେ ତାର ଛାପ ଛାଡିଯାଇଛି । ଆମେ ଗର୍ବର ସହିତ ଆପଣଙ୍କୁ ଶହୀଦ୍ ମାଧୋ ସିଂ ସମ୍ମାନ୍ (WOYM କୋଶଲ୍ ସମ୍ମାନ୍) ରେ ସମ୍ମାନୀତ୍ କରୁଛୁ ଏବଂ ଆପଣଙ୍କ ସୁଖମୟ ଜୀବନ କାମନା କରିବା ସହ ମା ସମଲେଶ୍ୱରୀ ଆପଣଙ୍କୁ ସହାୟ ହୁଅନ୍ତୁ । ଏହା ଜଣାପଡ଼ିବା ପରେ ଡଃ. ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments