Homelocalସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଚିଠା ଭୋଟର ତାଲିକା ପ୍ରକାଶିତ

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଚିଠା ଭୋଟର ତାଲିକା ପ୍ରକାଶିତ

ଗୁଣପୁର, (୦୫/୦୭) : ଆପ୍ର : ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୁଣପୁର ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ଅଧ୍ୟକ୍ଷତା ରେ ୧୩୮ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ପ୍ରକାଶିତ ହୋଇ ଯାଇଛି ।WhatsApp Image 2026 07 05 at 20.01.08 1

ଏହି ପରିପ୍ରେକ୍ଷିରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇ ସେମାନଙ୍କ ମତାମତ ଉପସ୍ଥାପନା କରିଥିଲେ । ମୋଟ ୩୩୮ବୁଥରେ ୨୦୬୮୬୭ ଭୋଟର ରହିଥିବା ବେଳେ ସେଥି ମଧ୍ୟରୁ ୧୦୦୪୫୯ ପୁରୁଷ, ୧୦୬୩୫୬ ମହିଳା, ୫୨ ତୃତୀୟ ଲିଙ୍ଗ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ନିର୍ବାଚନ ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅନୁଯାୟୀ ଖସଡ଼ା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ଏହାର ଏକ ନକଲ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ମତଦାନ କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ଅଟେ ।

ଏହି ଭୋଟର ତାଲିକା ପ୍ରସ୍ତୁତି ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ଅଟେ । ଉକ୍ତ ଯୋଗ୍ୟତା ତାରିଖକୁ ଆଧାର କରି ଯଦି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ଦାବି କିମ୍ବା କୌଣସି ନାମ ସାମିଲ କରିବା ବା ତାଲିକାରେ ଥିବା ବିବରଣୀ ସମ୍ବନ୍ଧରେ ଆପତ୍ତି ଥାଏ, ତେବେ ୦୫.୦୭.୨୦୨୬ ଠାରୁ ୦୪.୦୮.୨୦୨୬ ମଧ୍ୟରେ ଉପଯୁକ୍ତ ଭାବେ ଫର୍ମ–୬, ୭ କିମ୍ବା ୮ ରେ ଆବେଦନ/ଆପତ୍ତି ଦାଖଲ କରିପାରିବେ । ଯେଉଁ ଯୋଗ୍ୟ ନାଗରିକ ୨୦୨୬ ମସିହାର ପରବର୍ତ୍ତୀ ଯୋଗ୍ୟତା ତାରିଖ, ଅର୍ଥାତ୍ ୦୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିବେ, ସେମାନେ ମଧ୍ୟ ଏହି ସୂଚନା ପ୍ରକାଶ ତାରିଖଠାରୁ ଅଗ୍ରୀମ ଭାବେ ଫର୍ମ–୬ ରେ ନିଜ ନାମ ଅନ୍ତର୍ଭୁକ୍ତି ପାଇଁ ଦାବି ଦାଖଲ କରିପାରିବେ ।WhatsApp Image 2026 07 05 at 20.01.09

ସମ୍ବନ୍ଧିତ ଯୋଗ୍ୟତା ତାରିଖ ଅନୁଯାୟୀ ସେହି ଦାବି ବିଚାର କରାଯାଇ ନିଷ୍ପତ୍ତି ନିଆଯିବ । ସମସ୍ତ ଦାବି କିମ୍ବା ଆପତ୍ତି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ବୁଥ ଲେବୁଲ ଅଧିକାରୀଙ୍କ ଠାରେ ସିଧାସଳଖ ଦାଖଲ କରାଯାଇପାରିବ କିମ୍ବା ଉପ ଜିଲ୍ଲାପାଳ, ଗୁଣପୁରଙ୍କ ଠିକଣାକୁ ଡାକ ଯୋଗେ ପଠାଇପାରିବେ ବୋଲି ଉପ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ସୂଚନା ଦେଇଥିଲେ । ଆଜିର ଏହି ବୈଠକ ରେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ନିର୍ବାଚନ ସହାୟକ ସୁଶାନ୍ତ ଦାସ, ରାଜେଶ ବିଶୋଇ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments