Homelocalଜି ଆଇ ଇ ଟି ବିଶ୍ୱବିଦ୍ୟଳୟରେ ବନମହୋତ୍ସବ କାର୍ଯକ୍ରମ

ଜି ଆଇ ଇ ଟି ବିଶ୍ୱବିଦ୍ୟଳୟରେ ବନମହୋତ୍ସବ କାର୍ଯକ୍ରମ

ଗୁଣୁପୁର, (୪/୭) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ପରିସରରେ ବନମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଗୁଣୁପୁର ବନ ବିଭାଗ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ,ପ୍ରଫେସର ଡ଼ଃ ଏ ଭି ଏନ ଏଲ ଶର୍ମା ,ସ୍କୁଲ୍ ଅଫ ନର୍ସିଂ ର ଅଧ୍ୟକ୍ଷା କେ ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇ ପ୍ରଥମେ ଚାରାରୋପଣ କରି ଶୁଭ ଉଦଘାଟନ କରିଥିଲେ ।

ଏହି ଅବସରରେ ଗୁଣୁପୁର ବନ ବିଭାଗର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଆଚାର୍ଯ୍ୟ , ବନପାଳ ପୂର୍ଣ୍ଣଚନ୍ଦ୍ର ପାତ୍ର , ସବିତା ମହାପାତ୍ର,ବନରକ୍ଷୀ ରାମ କୁମାର ନାୟକ ,ସୂର୍ଯ୍ୟ ନାରାୟଣ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଜାତୀୟ ସେବା ଯୋଜନାର କାଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ, ୟୁନିଟ-୧ , ସେବା ଯୋଜନାର ସଦସ୍ୟ ଡ଼ଃ ପ୍ରେମସୁ ଶେଖର ରଥ,ପ୍ରମୋଦ ରଞ୍ଜନ ପଣ୍ଡା ,ସିଭିଲ ଇଂଜିନିୟରିଂ ବିଭାଗ ମୁଖ୍ୟ ଡଃ ଆଶିଷ କୁମାର ସାମଲ, କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ତା ସମେତ ଅଧ୍ୟାପକ , ଅଧ୍ୟାପିକା ,ଛାତ୍ର ଛାତ୍ରୀ ଯୋଗ ଦେଇ ଚାରା ରୋପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments