Homelocalସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ରାୟଗଡା, (୦୫/୦୭) : ଆପ୍ର : ସବୁଜିମାର ସୁରକ୍ଷା, ପରିବେଶର ସଂରକ୍ଷଣ ଏବଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବାର ମହତ୍ ଲକ୍ଷ୍ୟ ନେଇ ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ଆଜିଠାରୁ ବନମହୋତ୍ସବ ସପ୍ତାହ ବିଧିବଦ୍ଧ ଭାବେ ପାଳନ କରାଯାଇଛି ।

କ୍ଲବର ପ୍ରତିଷ୍ଠାତା ସଭାପତି ୱାକର ସୁବାଷ ବେହେରା, ମୁଖ୍ୟ ଉପଦେଷ୍ଟା ୱାକର ବି. ଏମ୍. ରାଓ ପଟ୍ଟନାୟକ, ଆଞ୍ଚଳିକ ସଭାପତି ୱାକର ଡ଼ା. ଏମ୍. ସୁରେଶ କୁମାର ଏବଂ ପରାମର୍ଶଦାତା ମଣ୍ଡଳୀଙ୍କ ସୁପରାମର୍ଶ କ୍ରମେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସାଇପ୍ରିୟା କ୍ଲବ ବ୍ୟାଡମିଣ୍ଟନ କୋର୍ଟ ପରିସରରେ ସକାଳ ୬.୩୦ ମିନିଟ୍ ସମୟରେ କ୍ଲବର ସମସ୍ତ ସଭ୍ୟ ଓ ସଭ୍ୟା ଏକତ୍ରିତ ହୋଇଥିଲେ । କ୍ଲବର ସଭାପତି ୱାକର ଜୟକୃଷ୍ଣ ପ୍ରଧାନ ଓ ସମ୍ପାଦକ ୱାକର ଜଗନ୍ନାଥ ନାୟକଙ୍କ ଦକ୍ଷ ନେତୃତ୍ୱରେ ସମସ୍ତ ସଦସ୍ୟ ଅତ୍ୟନ୍ତ ଶୃଙ୍ଖଳିତ ଓ ସଚେତନ ଭାବେ ଗାତ ଖୋଳି ବିଭିନ୍ନ ପ୍ରଜାତିର ବୃକ୍ଷଚାରା ରୋପଣ କରିଥିଲେ ।

ଚାରାଗୁଡ଼ିକୁ ପାଣି ଦେବା ସହିତ ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବୃକ୍ଷରକ୍ଷାକାରୀ ଆବରଣ ମଧ୍ୟ ସ୍ଥାପନ କରାଯାଇଥିଲା । ଏହି ମହତ୍ କାର୍ଯ୍ୟକ୍ରମରେ ସଭ୍ୟ ଓ ସଭ୍ୟାମାନଙ୍କ ଉତ୍ସାହ, ଆଗ୍ରହ ଓ ଆନନ୍ଦ ଅତୁଳନୀୟ ଥିଲା । ପରିବେଶ, ପ୍ରକୃତି ଓ ଜଳବାୟୁର ସୁରକ୍ଷା ପ୍ରତି ସେମାନଙ୍କର ଦୃଢ଼ ଅଙ୍ଗୀକାର ପ୍ରତ୍ୟେକଙ୍କୁ ପ୍ରେରଣା ଯୋଗାଇଥିଲା । ବନମହୋତ୍ସବର ପ୍ରଥମ ଦିନରେ ୧୫୦ଟି ବୃକ୍ଷଚାରା ରୋପଣ କରାଯାଇଥିବା ବେଳେ ଅବଶିଷ୍ଟ ୨୦୦ଟି ଚାରା ଆଗାମୀ ଛଅ ଦିନ ମଧ୍ୟରେ ରୋପଣ କରାଯିବ ବୋଲି ସ୍ଥିର କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ସାଇପ୍ରିୟା ୱାକର୍ସ କ୍ଲବ ପାଇଁ ଏହା କୌଣସି ପ୍ରଥମ ଜନକଲ୍ୟାଣମୂଳକ ପଦକ୍ଷେପ ନୁହେଁ । ପୂର୍ବରୁ ମଧ୍ୟ କ୍ଲବ ବିଭିନ୍ନ ସାମାଜିକ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଚ୍ଛତା ଓ ଜନହିତକର କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟିତ କରି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସିଛି । “ଆସନ୍ତୁ ଗଛ ଲଗାଇବା, ପ୍ରକୃତିକୁ ବଞ୍ଚାଇବା; ସବୁଜ ପୃଥିବୀ ଗଢ଼ି ଆଗାମୀ ପିଢ଼ିକୁ ସୁରକ୍ଷିତ ଭବିଷ୍ୟତ ଦେବା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments