Homebreaking newsସ୍କୁଟି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍, ସିସିଟିଭିରେ କଏଦ ଦୃଶ୍ୟ

ସ୍କୁଟି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍, ସିସିଟିଭିରେ କଏଦ ଦୃଶ୍ୟ

କେନ୍ଦ୍ରାପଡା, (୧୮/୦୯) : ଆପ୍ର : ଗାଡ଼ି ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ୍ । କେନ୍ଦ୍ରାପଡା କୁଦାନଗରି ଥାନା କୋରୁଆ ବଜାରରୁ ଜଗନ୍ନାଥ ଜୁଏଲାରୀ ଆଗରୁ ସ୍କୁଟି ଡିକି ତାଡ଼ି ଲକ୍ଷେ ଟଙ୍କା ଲୁଟିନେଲେ ଲୁଟେରା ।

ସିସିଟିଭିରେ କଏଦ ହେଲା ଲୁଟ ବେଳର ଦୃଶ୍ୟ । କୋରୁଆ ଗାଁ’ର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦୁର୍ଗାଚରଣ ସାହୁ କୋରୁଆ ଏସବିଆଇରୁ ଏକ ଲକ୍ଷ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ଔଷଧ ଦୋକାନକୁ ଯାଇଥିଲେ । ଔଷଧ କିଣିବା ପରେ ଜଗନ୍ନାଥ ଜୁଏଲାରିରେ ଜଣେ ସାଙ୍ଗକୁ ଅପେକ୍ଷା କରି ବସିଥିଲେ । ଦୁଇଜଣ ଲୁଟେରା ବ୍ୟାଙ୍କ ନିକଟରୁ ଦୁର୍ଗା ଚରଣଙ୍କୁ ପିଛା କରି ସ୍କୁଟି ଡିକି ତାଡ଼ି ଲୁଟିନେଲେ ଲକ୍ଷେ ଟଙ୍କା । କୁଦାନଗରି ଥାନାରେ ଏତଲା ପୋଲିସର ତଦନ୍ତ ଜାରି ।

ସୂଚନା ଅନୁସାରେ, କୋରୁଆ ଗାଁ’ର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦୁର୍ଗାଚରଣ ସାହୁ କୋରୁଆ ଏସ୍‌ବିଆଇ ଶାଖାରୁ ଏକ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କାକୁ ସ୍କୁଟିର ଡିକିରେ ରଖି ସେ ଏକ ଔଷଧ ଦୋକାନକୁ ଯାଇଥିଲେ । ଔଷଧ କିଣିବା ପରେ ସେ ଜଗନ୍ନାଥ ଜୁଏଲାରୀ ନିକଟରେ ଜଣେ ସାଙ୍ଗଙ୍କୁ ଅପେକ୍ଷା କରି ବସିଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କ ପରିଚୟ ଓ ସେମାନଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୁଲିସ । ଲୁଟ୍ ହୋଇଥିବା ଟଙ୍କା ଉଦ୍ଧାର ସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସର ତଦନ୍ତ ଜାରି ରହିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments