ଭୁବନେଶ୍ୱର, (୧୮/୦୯) : ଆପ୍ର : ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ବିଭ୍ରାଟ । ସେବାୟତ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି ।
ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି । ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଗତକାଲି ରାତି ୧୧ଟାରୁ ଠାକୁରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହି ଖବର ଶୁଣି କିଛି ଶ୍ରଦ୍ଧାଳୁ କ୍ଷୋଭ କରିବା ସହ ସେବାୟତଙ୍କ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । ଶ୍ରଦ୍ଧାଳୁମାନେ କହିଛନ୍ତି, ସଂକ୍ରାନ୍ତି ପରିକା ଦିନରେ ଏଭଳି କରିବା ଅଶୋଭନୀୟ । ସେବାୟତମାନେ ବିଶେଷ କରି ସ୍ୱତନ୍ତ୍ର ଦିନ ମାନଙ୍କରେ ହିଁ ଅଧିକତଃ ନୀତି ବିଭ୍ରାଟ ପରିକା କୁକାର୍ଯ୍ୟ କରୁଛନ୍ତି । ଯାହା ପୂରାପୂରି ଭାବେ ଅକ୍ଷମଣୀୟ ତ୍ରୁଟି । ନିଜ ସତ୍ତ୍ୱ ପାଇଁ ବିବାଦ କରି ଠାକୁରଙ୍କୁ ଭୋକ, ଉପାସ ଆଉ ଅନିଦ୍ରା ରଖିବାକୁ ଏମାନେ ପଛାଉ ନାହାନ୍ତି ।

