ସୁବର୍ଣ୍ଣପୁର, (୨୬/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପରିସରରେ ପଶ୍ଚିମ ଓଡିଶା ଆରକ୍ଷଣ ବିରୋଧି କରଣ ସମାଜ ସମାରୋହ ପାଳିତ ହୋଇଯାଇଛି । 
ଜିଲ୍ଲା କରଣ ସମାଜ ସଭାପତି ପ୍ରକାଶ ଚନ୍ଦ୍ର ଵେବର୍ତ୍ତା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବଲାଙ୍ଗିର, ସମ୍ବଲପୁର, ବରଗଡ଼, ବୌଦ୍ଧ ଜିଲ୍ଲା କରଣ ସମାଜ ର ସଭାପତି ସଂପାଦକ ଓ ସଭ୍ୟ ଯୋଗ ଦେଇଥିଲେ । ଏଥିରେ ସାମ୍ପ୍ରତିକ ପରିସ୍ଥିତି ରେ ଆରକ୍ଷଣ କେତେ ଦୁର ଯୁକ୍ତିଯୁକ୍ତ ଉପରେ ବିଷଦ ଆଲୋଚନା କରାଯାଇଥିଲା । ସମିତିର ସହ ସମ୍ପାଦକ ଦେବ କିଶୋର ଦାନୀ ସଭା ପରିଚାଳନା କରିଥିବା ବେଳେ ଉପଦେଷ୍ଟା ଜ୍ୟୋତି ରଞ୍ଜନ ବହିଦାର ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ । ଏଥିସହ ସର୍ବଭାରତୀୟ କାୟସ୍ଥ ସମାଜର ଉପ-ସଭାପତି ଡ଼ ଉମେଶ ଚନ୍ଦ୍ର ଦାନୀ ଚାକିରୀ କ୍ଷେତ୍ରରେ ପ୍ରମୋସନ ରେ ରହିଥିବା ଆରକ୍ଷଣ ର ବିରୋଧ କରିଥିଲେ । ଏହା ବିରୁଦ୍ଧରେ ସାମାଜିକ ଆନ୍ଦୋଳନ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।
ବରଗଡ଼ ଜିଲ୍ଲା ସଭାପତି ନେତ୍ରା ନନ୍ଦ ବକ୍ସି କରଣ, ବ୍ରାହ୍ମଣ ଓ କ୍ଷତ୍ରୀୟ ଏକଜୁଟ ହୋଇ ଆନ୍ଦୋଳନ କୁ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ବୌଦ୍ଧ ଜିଲ୍ଲା କରଣ ସମାଜ ସଭାପତି ଫନୀ ଭୂଷଣ ପଟ୍ଟନାୟକ ପରବର୍ତ୍ତୀ ପିଢ଼ି ପାଇଁ ଆମକୁ କିଛି କରିବାକୁ ହେବ ନ ହେଲେ ଆମେ ନିନ୍ଦିତ ହେବା ବୋଲି ପ୍ରକାଶ କରିଥିଲେ । ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରୀତମ କୁମାର ବକ୍ସି ଆରକ୍ଷଣ କୁ ବିରୋଧ କରି ସମ୍ବିଧାନ ଅନୁସାରେ ସମସ୍ତେ ସମାନ, ଉଚ୍ଚ ନୀଚ ଭେଦଭାବ ନାହିଁ । କିନ୍ତୁ ଏହି ଆରକ୍ଷଣ ବ୍ୟବସ୍ଥା ଏହାକୁ ଖଣ୍ଡନ କରୁଛି । ତେଣୁ ଏହି ଆରକ୍ଷଣ ବ୍ୟବସ୍ଥା କୁ ଉଛେଦ କରିବା ଉଚିତ ।
ଏହା ସହିତ ବରଗଡ଼ ଜିଲ୍ଲା ସମ୍ପାଦକ ହରିନାରାୟଣ ପଟ୍ଟନାୟକ ପ୍ରତିଭାଙ୍କୁ ସମ୍ମାନ ଦିଆଯାଉ ନଥିବାରୁ ଖୋଭ ପ୍ରକାଶ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା କରଣ ସମାଜ ର ଉପଦେଷ୍ଟା ମଦନ ମୋହନ ଦାନୀ ବିଭିନ୍ନ ଉଦାହରଣ ମାଧ୍ୟମରେ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ବିଭିନ୍ନ ଆଲୋଚନା ପରେ ଏହି ଆରକ୍ଷଣ ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ ବିରୋଧ କରି ଭାରତ ର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ବିଭିନ୍ନ ଜିଲ୍ଲା ତରଫରୁ ପ୍ରଦାନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ କରଣ ସମାଜ ର କୋଷାଧକ୍ଷ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ମଧ୍ୟାହ୍ନ ଭୋଜନ ପରେ ଏକ ଆଲୋଚନା କରାଯାଇ ପଶ୍ଚିମ ଓଡିଶା ସଂରକ୍ଷଣ ବିରୋଧି ମଞ୍ଚ ଗଠନ କରାଯାଇ ସମସ୍ତ ଜିଲ୍ଲାର ସଭାପତି ଓ ସମ୍ପାଦକ ସଭ୍ୟ ରହିଥିବା ବେଳେ ଡ଼ ଜ୍ୟୋତି ରଞ୍ଜନ ବହିଦାର ଙ୍କୁ ସଂଯୋଜକ ଭାବରେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ରଜତ କୁମାର ପଟ୍ଟନାୟକ, ଦୁର୍ଗା ମାଧବ ବହିଦାର, ପ୍ରଦୀପ ବିଦ୍ୟାଧର, ପ୍ରଭାତ କିଶୋର ଦାନୀ, ନଗେନ କୁମାର ବିଦ୍ୟାଧର, ଦିବ୍ୟ ପ୍ରକାଶ ପଟ୍ଟନାୟକ, ଶ୍ରୀକାନ୍ତ ମହାନ୍ତି, ରାମକୃଷ୍ଣ ଦାସ, ଅବକାଶ ବିଦ୍ୟାଧର, ତାପସ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

