Homeaccidentଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ଜଣଙ୍କ ଅବସ୍ଥା ଗୁରୁତର

ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ଜଣଙ୍କ ଅବସ୍ଥା ଗୁରୁତର

ମୟୂରଭଞ୍ଜ, (୧୭/୧୦) : ଆପ୍ର : ବାରିପଦା ସହର ପାଲବଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଉପରେ ମାଡ଼ିଗଲା ଟ୍ରକ୍ । ୭ ଗୁରୁତର ।

ଆହତମାନଙ୍କୁ ବାରିପଦା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୮ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡରେ ଏକ ଯାତ୍ରୀବାହୀ ଅଟୋ ଯାଉଥିବା ବେଳେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଅଟୋରେ ଥିବା ଡ୍ରାଇଭର ସମେତ ସମସ୍ତ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ରେ ଭର୍ତ୍ତି କରିଛନ୍ତି । ବାରିପଦା ଟାଉନ୍ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଆହତମାନଙ୍କୁ ଚିକିତ୍ସା ପାଇଁ ବାରିପଦା ଚିକିତ୍ସାଳୟକୁ ପଠାଇଥିଲେ । ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବା କେତେ ଜରୁରୀ, ଏହି ଘଟଣା ପୁଣିଥରେ ତାହା ମନେ ପକାଇ ଦେଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments