Homelocalସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ସାଧାରଣ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ସାଧାରଣ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (୦୪/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ଭ୍ରମରପାଲି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏହି ଜିଲ୍ଲା ର ୬ ଗୋଟି ବ୍ଲକ ଓ ଦୁଇଟି ଏନଏସି ଗୋଟିଏ ମ୍ୟୁନ୍ସିପାଲଟି ବ୍ରାହ୍ମଣ ସଂଗଠନ ର କାର୍ଯ୍ୟକର୍ତା ମାନଙ୍କୁ ନେଇ ବ୍ଲକର ବ୍ରାହ୍ମଣ ସମାଜ ସଭାପତି ସନ୍ତୋଷ କୁମାର ପଣ୍ଡା ସଭାପତିତ୍ବ ରେ ଏକ ସଭା ଆୟୋଜନ କରାଯାଇଥିଲା ।

ଉକ୍ତ ସଭାରେ ଜିଲ୍ଲାର ମୋଟ ନଅଟି ସଂଗଠନ ସଭାପତି ମଞ୍ଚାସିନ ଥିବା ବେଳେ ପ୍ରଦୀପ ପୁରୋହିତ ସ୍ୱାଗତ ଭାଷଣ ରଖିଥିଲେ । ଆର୍ତ୍ତତ୍ରାଣ ବାବୁ ପ୍ରାକ କଥନ ସାଙ୍ଗକୁ ସଭାର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡ଼.ପ୍ରଫୁଲ୍ଲ କୁମାର ରଥ ଓ ଲକ୍ଷ୍ମଣ ପାଣ୍ଡିଆ ସାଙ୍ଗଠନିକ ବକ୍ତବ୍ୟ ପ୍ରଦାନ କରିଥିଲେ ।ପଦ୍ମଲୋଚନ ମିଶ୍ର ଜିଲ୍ଲା କମିଟୀ ଗଠନର ରୂପରେଖ ବଖାଣି ଥିଲେ । ଆଜିକାର ସଭାର ଉଦ୍ଦେଶ୍ୟ ଜିଲ୍ଲା ସ୍ତରୀୟ ବ୍ରାହ୍ମଣ ସମାଜର ଏକ ପୂର୍ଣ୍ଣାଙ୍ଗ କମିଟୀ ଗଠନ କରାଗଲା । ଉପସ୍ଥିତ ବ୍ରାହ୍ମଣ ମାନଙ୍କ ତରଫରୁ ପ୍ରସ୍ତାବ ଗୃହୀତ ହେଲା । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ ବ୍ରାହ୍ମଣ ଯୋଗଦାନ କରିଥିବା ବେଳେ ଭ୍ରମରପାଲି ଗ୍ରାମର ଆଦିକନ୍ଦ ବାବୁ ଏହାର ପୁଷ୍ଟ ପୋଷକତା କରି ବ୍ରାହ୍ମଣମାନଙ୍କ ପାଦଧୌତ, ଫୁଲ, ଚନ୍ଦନ, ଉପଢୌକନ ଦେଇ ବ୍ରାହ୍ମଣ ଦେବତାଙ୍କ ସେବା କରିବା ସହିତ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments