Homelocalଦୁର୍ଗାପୂଜାରେ କଟକ ସହର ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ

ଦୁର୍ଗାପୂଜାରେ କଟକ ସହର ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ, (୧୭/୧୦) : ଆପ୍ର : ପାର୍ବଣର ମହାପର୍ବ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ରୂପାର ସହର କଟକ । ରଙ୍ଗୀନ ଆଲୋକମାଳାରେ ଝଳସୁଛି କଟକ ସହର ।

୫୨ ବଜାର ୫୩ ଗଳିର ସହର ରେ ଦୁର୍ଗାପୂଜା ର ମାହୋଲ । କଟକ ସହର ରେ ଚଳିତବର୍ଷ ୧୭୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ରେ ମା ଦୁର୍ଗା ଓ ହର ପାର୍ବତୀ ଙ୍କୁ ପୂଜା କରାଯାଉଛି । ଏହା ମଧ୍ୟରୁ ୩୮ ଟି ଚାନ୍ଦିମେଢ଼ ର ପୂଜା ମଣ୍ଡପ ରହିଛି । ରୂପାର ସହରରେ ସୁନା ରୂପାର ଓଜଲ୍ୟା ଭିତରେ ଦୁର୍ଗତିନାଶିନୀ ଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।ଆଜି ପୂଜା ମଣ୍ଡପ ରେ ମହା ଷଷ୍ଠୀ । ଆଜି ମଣ୍ଡପରେ ମା ଙ୍କୁ ବିଲ୍ଵବରଣ କରାଯାଇ ପୂଜାର୍ଚନା କରାଯାଉଛି । ଆସନ୍ତାକାଲି ମଣ୍ଡପରେ ମହାସପ୍ତମୀ ପୂଜା । ଏଥିଲାଗି ଚଳଚଞ୍ଚଳ କଟକ ସହରର ସମସ୍ତ ପୂଜା ମଣ୍ଡପ । ଦୁର୍ଗାପୂଜା ସମୟରେ କଟକ ସହର ରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପାଦନା କରିବା ପାଇଁ କଟକ ସହରରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ କମିଶନରେଟ ପୋଲିସ ପକ୍ଷରୁ ମୃତୟନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments