Homelocalମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ମୁରିବାହାଲରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ସମ୍ପନ୍ନ, ୩୧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ମୁରିବାହାଲ, (୧୭/୧୦) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 17 at 12.14.31 1

ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଯୋଗଦେଇ ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ଏବିଇଓ କୋଦଣ୍ଡଧର ଭୋଇ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ସୁରଭିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଶିଶୁମାନଙ୍କ ଭିତରେ ଥିବା ସୁପ୍ତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବାଗ ରୋବଟ୍ କୋଠରୀକୁ ଉଦ୍ଘାଟନ କରିଥିଲେ ।WhatsApp Image 2026 10 17 at 12.14.31

ଉଦ୍ଘାଟନୀ ଉତ୍ସବରେ ପଞ୍ଚାୟତ ହାଇସ୍କୁଲର ସହକାରୀ ଶିକ୍ଷକ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଲିଲୁମୋହନ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ମହୋତ୍ସବରେ ବିତର୍କ, ରଚନା, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲେଖା, ବକ୍ତୃତା, ଶ୍ରୁତଲିଖନ, ପିଏମ୍ ପୋଷଣ ଶିଳ୍ପ ଓ ଚିତ୍ରକଳା, ସଙ୍ଗୀତ ଓ ସାଂସ୍କୃତିକ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପ୍ରାୟ ୧୨ କ୍ଲଷ୍ଟର ର ୩୨୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ୩୧ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଛନ୍ତି ।

ବିଚାରକ ଭାବେ ପ୍ରମୋଦ ବଳୱନ୍ତରାୟ, ସୁଶୀଲ ନାଗ, ଅଶ୍ମିତା ସାହୁ ଓ ବସୁଧା ଚନ୍ଦନ ଦାୟିତ୍ୱ ତୁଲାଇଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସଭାପତି ଭାବେ ଶାନ୍ତନୁ କୁମାର ପଢ଼ିହାରୀ, ମୁଖ୍ୟ ବକ୍ତା ଭାବେ ଶ୍ରୀମନ୍ତ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଏବିଇଓ କୋଦଣ୍ଡଧର ଭୋଇ, ମାଲିଶିରା ହାଇସ୍କୁଲର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ, ସିଆରସିସି ହୃଷୀକେଶ ଶିକା ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଲିଲୁ ମୋହନ ପଧାନ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସିଆରସିସିମାନେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments