Homelocalବିଶ୍ୱ କବି ସମ୍ମିଳନୀରେ ଅଚ୍ୟୁତ ସାମନ୍ତଙ୍କୁ ୪ ସମ୍ମାନ, ମିଳିଲା ‘ମଦର ଟେରେସା ଆୱାର୍ଡ’

ବିଶ୍ୱ କବି ସମ୍ମିଳନୀରେ ଅଚ୍ୟୁତ ସାମନ୍ତଙ୍କୁ ୪ ସମ୍ମାନ, ମିଳିଲା ‘ମଦର ଟେରେସା ଆୱାର୍ଡ’

ଭୁବନେଶ୍ୱର, (୨୭/୦୯) : ଆପ୍ର : ଶିକ୍ଷାବିତ, ସମାଜ ସଂସ୍କାରକ ତଥା କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୋସୋଭୋ ଗଣରାଜ୍ୟର ପ୍ରିଷ୍ଟିନାରେ ଚାଲିଥିବା ୪୫ତମ ବିଶ୍ୱ କବି ସମ୍ମିଳନୀ-୨୦୨୬ ଅବସରରେ ୪ଟି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି ।

World Academy of Arts and Culture (WAAC) ପକ୍ଷରୁ ୨୦୨୬ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା ଆୟୋଜକ ପ୍ରଫେସର ଜିତନ କେଲମେଣ୍ଡି ଏହି ସମ୍ମାନଗୁଡ଼ିକ ଘୋଷଣା କରିଥିଲେ । ଡକ୍ଟର ସାମନ୍ତଙ୍କ ମାନବିକ କାର୍ଯ୍ୟ, ସମାଜସେବା ପ୍ରତି ଆଜୀବନ ସମର୍ପଣକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱର ବିଭିନ୍ନ ଦେଶର ବିଶିଷ୍ଟ କବି, ଲେଖକ, ଅନୁବାଦକ, ଗବେଷକ ଓ ସାଂସ୍କୃତିକ ପ୍ରତିନିଧିଙ୍କ ଉପସ୍ଥିତିରେ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ମିଳିଛି । ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ସମ୍ମାନଗୁଡିକ ଗ୍ରହଣ କରିଥିଲେ ।

ଏହି ଅବସରରେ ଡକ୍ଟର ସାମନ୍ତଙ୍କୁ ‘ମଦର ଟେରେସା ଆୱାର୍ଡ’, ପ୍ରିଷ୍ଟିନାସ୍ଥିତ AAB University College ପକ୍ଷରୁ ‘Professor Honoris Causa’, ପେଜା ସହର ପକ୍ଷରୁ ‘Recognition from the City of Peja’ ଏବଂ World Congress of Poetsର ସଭାପତିଙ୍କ ପଦକ ଭଳି ୪ଟି ଗୁରୁତ୍ଵପୂର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନ ପାଇବା ପରେ ଡକ୍ଟର ସାମନ୍ତ କୃତଜ୍ଞତା ପ୍ରକାଶ କରି କହିଛନ୍ତି, “ଗତ ୩୫ ବର୍ଷ ଧରି ମୁଁ ନିରନ୍ତର ଭାବେ ଓ ଏକାକୀ ଯେଉଁ କାର୍ଯ୍ୟ କରିଆସୁଛି, ତାହାକୁ ସ୍ୱୀକୃତି ମିଳିଥିବାରୁ ମୁଁ ଅଧିକ ଖୁସି ଓ କୃତଜ୍ଞ । ଏଭଳି ସମ୍ମାନ ମୋତେ ଲୋକ ଓ ସମାଜ ପାଇଁ ଆହୁରି ଅଧିକ କାର୍ଯ୍ୟ କରିବାକୁ ନିଶ୍ଚିତ ଭାବେ ପ୍ରେରଣା ଦେବ ।”

ସୂଚନାଯୋଗ୍ୟ ‘World Brotherhood and Peace Through Poetry’ ବା ‘କବିତା ମାଧ୍ୟମରେ ବିଶ୍ୱ ଭାତୃତ୍ୱ ଓ ଶାନ୍ତି’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ବିଶ୍ୱ କବି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ବିଶିଷ୍ଟ କବି, ଲେଖକ, ଅନୁବାଦକ, ଗବେଷକ ଓ ସାଂସ୍କୃତିକ ପ୍ରତିନିଧି ଯୋଗ ଦେଇଛନ୍ତି । କବିତାକୁ ବିଭିନ୍ନ ଦେଶ, ସମାଜ ଓ ସଂସ୍କୃତି ମଧ୍ୟରେ ସେତୁ ଭାବେ ବ୍ୟବହାର କରି ଆନ୍ତଃସାଂସ୍କୃତିକ ସଂଳାପ, ସାହିତ୍ୟିକ ସହଯୋଗ ଓ ବିଶ୍ୱ ଭାତୃତ୍ୱର ମୂଲ୍ୟବୋଧକୁ ଆଗେଇ ନେବା ଏହି ସମ୍ମିଳନୀର ପ୍ରମୁଖ ଉଦ୍ଦେଶ୍ୟ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments