Homelocalବାହିନିପତିଙ୍କ ଦ୍ୱାରା ବନ୍ୟା ପୀଡିତଙ୍କୁ ରିଲିଫ ବଣ୍ଟନ

ବାହିନିପତିଙ୍କ ଦ୍ୱାରା ବନ୍ୟା ପୀଡିତଙ୍କୁ ରିଲିଫ ବଣ୍ଟନ

କୋରାପୁଟ, (୨୬/୯) : ଆପ୍ର : କୋରାପୁଟ ଜିଲ୍ଲା ସମୁଦ୍ର ପତନଠାରୁ ପ୍ରାୟ ସାଢ଼େ ପାଞ୍ଚ ହଜାର ଫୁଟ ଉଚ୍ଚରେ ଥିଲେ ମଧ୍ୟ ଏପରି କିଛି ଜାଗା ଅଛି, ଯେଉଁଠାରେ କି ପ୍ରାୟ ପ୍ରତିବର୍ଷ ବନ୍ୟା ହୁଏ ।WhatsApp Image 2026 09 26 at 18.55.56 1

ଗତ ଚାରି ଦିନ ର ଲଗାଣ ବର୍ଷାରେ ବୋରିଗୁମ୍ମା ବ୍ଲକର କିଛି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଲଗାଣ ବର୍ଷା ପରେ ଲୋକେ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । କେଉଁ ପରିବାର ଘର ଭାଙ୍ଗିଛି ତ କେଉଁଠି ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ବାତ୍ୟା ଆଶ୍ରୟ ସ୍ଥଳ କୁ ସ୍ଥାନାନ୍ତର କରାଯାଇଛି ।ସମ୍ପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ଜୟପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋରିଗୁମ୍ମା ବ୍ଲକ୍‌ର ବଡ଼ିଗାଁ ଗ୍ରାମ ପଞ୍ଚାୟତର ଭିତରବଡ଼ି, ଗୁରୁମାଇଗୁଡ଼ା ଓ ଟୋକିଗୁଡ଼ା ଅଞ୍ଚଳର ଅନେକ ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଚାଷଜମିରେ ପାଣି ପଶିବା ସହ ବିଭିନ୍ନ ଫସଲ ନଷ୍ଟ ହୋଇଥିବାରୁ ଚାଷୀ ଓ ସାଧାରଣ ପରିବାରମାନେ ଗଭୀର ଆର୍ଥିକ ଓ ମାନସିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।

ଏହି କଠିନ ସମୟରେ ଲୋକଙ୍କ ଦୁଃଖ ଓ କ୍ଷୟକ୍ଷତିକୁ ନିଜ ଆଖିରେ ଦେଖିବା ସହ ପ୍ରଭାବିତ ପରିବାରମାନଙ୍କ ପାଖରେ ଠିଆ ହେବା ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ବିଧାନସଭା କ୍ଷେତ୍ରର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ରିଲିଫ ବଣ୍ଟନ କରିଥିବା ଜଣାପଡିଛି । ବନ୍ୟା ବିପନ୍ନ ପରିବାରମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହ ତୁରନ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଇଛନ୍ତି । ବିଧାୟକଙ୍କ ଉପସ୍ଥିତିରେ କଂଗ୍ରେସ ଦଳର ନେତା, କର୍ମୀ ଓ ସହଯୋଗୀମାନଙ୍କ ପକ୍ଷରୁ ପ୍ରଭାବିତ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଭାବିତ ପରିବାରମାନଙ୍କ କ୍ଷୟକ୍ଷତିର ଯଥାଶୀଘ୍ର ଆକଳନ କରି ଉଚିତ ସରକାରୀ ସହାୟତା, ଚାଷୀମାନଙ୍କୁ କ୍ଷତିପୂରଣ ଏବଂ ଆବଶ୍ୟକ ରିଲିଫ୍ ସୁବିଧା ପହଞ୍ଚାଇବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଲଗାଣ ବର୍ଷାରେ ବୋରିଗୁମ୍ମା ବ୍ଳକର ବୋରିଗୁମ୍ମା ସହର ସମେତ ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହେବା ସହ ଅନେକ କଚ୍ଚା ଘର ଭାଙ୍ଗିଥିବା ଦେଖାଦେଇଛି । ବାହିନୀପତିଙ୍କ ତଦାରଖ ପରେ ପ୍ରଶାସନ ଅଧିକ ସକ୍ରିୟ ହୋଇଥିବା ଜଣା ପଡିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments