ସାଙ୍ଗ ସହ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ

Date:

Share post:

ବାଲୁଗାଁ, (୨୧/୦୬) : ଆପ୍ର : ସାଙ୍ଗ ସହ ଗାଧୋଇବାକୁ ଯାଇଥିବା ବେଳେ ପାଣିରୁ ନାବାଳକର ମୃତଦେହ ଉଦ୍ଧାର

ଖୋର୍ଦ୍ଧା ବାଣପୁର ଥାନା ମାଳିଗୋବିନ୍ଦପୁର ଗାଁ ନିକଟରେ ଥିବା ଗୁରେଇ ବନ୍ଧରୁ ନାବାଳକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବାଣପୁର ଅଞ୍ଚଳ ସାଲୁଣି ଗାଁର ନବମ ଶ୍ରେଣୀ ଛାତ୍ର ଚନ୍ଦନ ପ୍ରଧାନ । ଚନ୍ଦନ ଅନ୍ତରାକିଆରୀ ଛକରେ ମାଆଙ୍କ ସହ ଭଡ଼ା ଘରେ ରୁହନ୍ତି । ଗତକାଲି ସନ୍ଧ୍ୟା ରେ ଚନ୍ଦନ ଘରକୁ ନ ଫେରିବାରୁ ପରିବାର ଲୋକେ ବାଣପୁର ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୋଲିସ ସକାଳୁ ବାଣପୁର ମାଳିଗୋବିନ୍ଦପୁର ନିକଟ ଗୁରେଇ ବନ୍ଧରୁ ଚନ୍ଦନର ମୃତଦେହ ଉଦ୍ଧାର କରିଥିଲା । ଏପଟେ ଏନେଇ ହତ୍ୟା ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଆଜି ନିଟ୍-ୟୁଜି ରି ଟେଷ୍ଟ, ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, (୨୧/୦୬) : ଆପ୍ର : ଆଜି ନିଟ ୟୁଜି ପୁନଃ ପରୀକ୍ଷା । ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ...

ରାଜ୍ୟରେ ପ୍ରବଳ ବର୍ଷିବ, ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

ଭୁବନେଶ୍ବର, (୨୧/୦୬) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି । ଆଜି...

ଯୋଗକୁ ଜୀବନର ଅଂଶ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର, (୨୧/୦୬) : ଆପ୍ର : ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ...

ଭବାନୀପାଟଣାରେ ଭାଲୁ ଆତଙ୍କ

ଭବାନୀପାଟଣା, (୨୧/୦୬) : ଆପ୍ର : ସହରର ଦେବାନ ସାହେବ୍ ପଡ଼ା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଭାଲୁ ଦେଖିବାକୁ ମିଳିଥିଲା। ପରେ ଭାଲୁ ଟି...