ବାଲୁଗାଁ, (୧୬/୦୬) : ଆପ୍ର : ବ୍ରିଜକୁ ପିଟିଲା ଯାତ୍ରୀବାହୀ ଅଟୋ । ଡ୍ରାଇଭର ସହ ୪ ଗୁରୁତର । ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ନିକଟସ୍ଥ ଜଞ୍ଜିର ବ୍ରିଜ୍ ପାଖରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ଏକ ଯାତ୍ରୀବାହୀ ଅଟୋ ବ୍ରିଜ୍ର ପାର୍ଶ୍ୱ ୱାଲ୍ରେ ପିଟି ହୋଇଯିବାରୁ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, ଅଟୋଟି ଖାରିବନ୍ଧରୁ ବାଲୁଗାଁ ଅଶୋକ ନଗର ଅଭିମୁଖେ ଯାତ୍ରା କରୁଥିଲା । ଜଞ୍ଜିର ବ୍ରିଜ୍ ନିକଟରେ ହଠାତ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଅଟୋଟି ସିଧା ଯାଇ ବ୍ରିଜ୍ର ପଥର ୱାଲ୍ରେ ପିଟି ହୋଇଯାଇଥିଲା । ଯାହାଫଳରେ ଅଟୋରେ ବସିଥିବା ଯାତ୍ରୀ ବାହାର କୁ ଛିଟିକି ପଡ଼ିଥିଲେ । ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ପରେ ସମସ୍ତ ଆହତ ବ୍ୟକ୍ତି ଭୁବନେଶ୍ୱର ସ୍ଥାନାନ୍ତର । ଆହତ ମାନଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି । ଡ୍ରାଇଭର ବାଲୁଗାଁ ଥାନା ଖାରିବନ୍ଧ ଗ୍ରାମର ହୋଇଥିବା ବେଳେ, ଆହତ ତିନି ମହିଳା ହେଲେ ବାଲୁଗାଁ NAC ଅନ୍ତର୍ଗତ ଅଶୋକ ନଗର ଅଞ୍ଚଳ ବୋଲି ଜଣା ପଡିଛି ।

