ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ହେବ ସୋଲାର ଗାଁ, ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ

Date:

Share post:

ମୟୂରଭଞ୍ଜ, (୨୧/୦୬) : ଆପ୍ର : ରାଷ୍ଟ୍ରପତିଙ୍କ ଗାଁ ମୟୂରଭଞ୍ଜର ପାହାଡ଼ପୁର ହେବ ସୋଲାର ଗାଁ । ରାଇରଙ୍ଗପୁର ଦାଣ୍ଡବୋଷରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।

ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଜାତିଙ୍କ ବିକାଶ ଆମ ସରକାରଙ୍କ ପ୍ରାଥମିକତା । ସମ୍ପୂର୍ଣ୍ଣ ପାହାଡ଼ପୁର ଗାଁ ସୋଲାର ଗାଁ ହେବ । ସୂର୍ଯ୍ୟଗ୍ରାମ ଭାବେ ପରିଚିତ ହେବ ପାହାଡ଼ପୁର । ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଲୋକେ ମାଗଣା ସେବା ପାଇବେ । ସେହିପରି ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୋଦି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଦୁଇ ବର୍ଷର ଡବଲ ଇଂଜିନ ସରକାର ଐତିହାସିକ ସଫଳତା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଦ୍ରୁତ ଗତିରେ ଓଡ଼ିଶା ବିକାଶ ରାସ୍ତାରେ ଆଗକୁ ବଢ଼ୁଛି । ଗରିବ କଲ୍ୟାଣ ଯୋଜନାରେ ସାଧାରଣ ମଣିଷର ଜୀବନ ବଦଳୁଛି । ଓଡ଼ିଶାର ଆର୍ଥିକ ଗତିବିଧି, ନିବେଶ ଏବଂ ଉଦ୍ୟୋଗକୁ ଆକର୍ଷିତ କରିବାର ସାମର୍ଥ୍ୟ ବଢ଼ିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ରାଜ୍ୟର ସମସ୍ତ ସବ୍ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ କ୍ୟାସଲେସ୍ ବ୍ୟବସ୍ଥା ସମ୍ପର୍କରେ ରାଜସ୍ୱ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର, (୨୧/୦୬) : ଆପ୍ର : ରାଜ୍ୟର ସମସ୍ତ ଉପ-ନିବନ୍ଧକ (SR) ଓ ଜିଲ୍ଲା ଉପ-ନିବନ୍ଧକ(DSR)ଙ୍କ କାର୍ଯ୍ୟାଳୟରେ କ୍ୟାଶଲେସ୍ କାରବାର ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ବୟନ...

ଆଜି ନିଟ୍-ୟୁଜି ରି ଟେଷ୍ଟ, ପରୀକ୍ଷା ଦେବେ ପ୍ରାୟ ୨୨ ଲକ୍ଷ ୮୦ ହଜାର ପରୀକ୍ଷାର୍ଥୀ

ନୂଆଦିଲ୍ଲୀ, (୨୧/୦୬) : ଆପ୍ର : ଆଜି ନିଟ ୟୁଜି ପୁନଃ ପରୀକ୍ଷା । ଦେଶର ୫୫୧ଟି ସହର ଏବଂ ବିଦେଶର ୧୪ଟି କେନ୍ଦ୍ରରେ...

ରାଜ୍ୟରେ ପ୍ରବଳ ବର୍ଷିବ, ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି

ଭୁବନେଶ୍ବର, (୨୧/୦୬) : ଆପ୍ର : ରାଜ୍ୟରେ ପ୍ରବଳ ବର୍ଷିବ । ୨୪ ତାରିଖ ଯାଏ ପୂରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି । ଆଜି...

ଯୋଗକୁ ଜୀବନର ଅଂଶ କରନ୍ତୁ, ଯୋଗ ଦିବସରେ ବାର୍ତ୍ତା ଦେଲେ ମୁ୍ଖ୍ୟମନ୍ତ୍ରୀ

ଭୁବନେଶ୍ବର, (୨୧/୦୬) : ଆପ୍ର : ମାନସିକ ଶାନ୍ତି ପାଇଁ ଯୋଗ । ଯୋଗ କେବଳ ଶରୀରକୁ ସୁସ୍ଥ ରଖେନି ଆତ୍ମାକୁ ସନ୍ତୁଳନ ରଖେ...