ସୁବର୍ଣ୍ଣପୁର, (୨୯/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଳା ବିନିକା ବ୍ଳକ ସଭାଗୃହରେ ପଞ୍ଚାୟତ ସମିତି ସାଧାରଣ ବୈଠକ ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ବିନିକା ବିଡ଼ିଓ ଶରତ କୁମାର ବାଗ ବୈଠକ ପରିଚାଳନା କରିଥିଲେ । ପ୍ରଥମେ ବିନିକା ବ୍ଳକ ଗ୍ରା.ପ ଉୁନ୍ନୟନ ଅଧିକାରୀ ଶିବରାମ ମିଶ୍ର ପୁର୍ବ ବୈଠକ ର ବିବରଣୀ ପଠନ କରିବାପେରେ ପୂର୍ବ ବୈଠକ ଉପରେ ଆଲୋଚନା କରି ଦୃଢ଼ୀ କରଣ କରାଯାଇଥିଲା । ଏହି ବୈଠକରେ ବ୍ଳକର ସ୍ବାସ୍ଥ୍ୟ, ପାନୀୟଜଳ , ଜଙ୍ଗଳ ବିଭାଗ, କୃଷି ବିଭାଗ ତଥା ଅନ୍ୟାନ୍ୟ ବ୍ଳକ ସ୍ତରୀୟ ଅଧିକାଂଶ ଅଧିକାରୀ ବୈଠକରେ ଅନୁପସ୍ତିତ ଥିବାରୁ ବୈଠକରେ କ୍ଷଭପ୍ରକାଶ ପାଇଥିଲା । ବୈଠକରେ ସ୍ବାସ୍ଥ୍ୟ, ପଶୁପାଳନ, ପାନୀୟଜଳ, ସାଧାରଣ ବଣ୍ଟନ, ବିଦ୍ୟୁତ, ମହିଳା ଓ ଶିଶୁ ବିକାଶ ଯୋଜନା, ଶିକ୍ଷା, ଜଳସେଚନ, ଜଙ୍ଗଳ,କୃଷି, ଉଦ୍ୟାନ , ସମବାୟ, ମତ୍ସ୍ୟଚାଷ, ତହସିଲ ଭୁକ୍ତ ଜାତି ଓ ଜନଜାତି ମଙ୍ଗଳ, ସାମାଜିକ ସୁରକ୍ଷା, ବିଭିନ୍ନ ଉନ୍ନୟନ ମୂଳକ ତଥା ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା ହୋଇଥିଲା ।
ବୈଠକରେ ସାଧାରଣ ବଣ୍ଟନ ବିଭାଗର ଅନେକ ଖାଉଟି କାର୍ଡ ରେ ନା ବାଳକ ନା ବାଲିକା ମାନଙ୍କ ନାମ ସାମିଳ କରିବାରେ ଆଲୋଚନା ହୋଇଥିଲା । ସ୍ବାସ୍ଥ୍ୟ ଓ ପାନୀୟ ଜଳ ଆଳୋଚନା ରେ ସନ୍ତୋଷ ଜନକ ନ ଥିଲା । ବିଦ୍ୟୁତ ବିଭାଗ ପଞ୍ଚାୟତ ମାନଙ୍କୁ ଲାଗିଥିବା ଷ୍ଟିଟ ଲାଇଟ ଅଧିକ ବିଲ ଉପରେ ତର୍ଜମା କରି ବାକୁ ବିଭାଗ ଅଧିକାରୀଙ୍କୁ ସରପଞ୍ଚ ବୃନ୍ଦ ଦାବି ରଖିଥିଲେ । ବୈଠକରେ ସୋନପୁର ବିଧାୟକଙ୍କ ପ୍ରତିନିଧି ଅଶୋକ ନନ୍ଦ, ସାସଂଦ ପ୍ରତିନିଧି ବିଶ୍ବମ୍ବର ମିଶ୍ର, ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ ,ସରପଞ୍ଚ ସଂଘ ସଭାପତି ରଜତ କୁମାର ପଧାନ,ଶଙ୍କରା ସରପଞ୍ଚ ଅଶୋକ ପୃଷ୍ଟି , କୁହିବାହଲ ସରପଞ୍ଚ ସୁଦାମ ପଧାନ, ସିଂଘିଯୁବା ସରପଞ୍ଚ ପଦ୍ମୀନୀ ତ୍ରୀପାଠୀ, ମହଦା ସରପଞ୍ଚ ଭୀମସେନ ସିଂଦେଓ,ବାବୁପାଲି ସରପଞ୍ଚ ସୈାଦାମିନୀ ସାହୁ,ବାଙ୍କିଘିର୍ଡ଼ି ସମିତିସଭ୍ୟ ମାନସ ବେହେରା , ସିନ୍ଦୁରପୁର ସରପଞ୍ଚ କଲାକାହ୍ନୁ ସୁନା ସମେତ ବିନିକା ବ୍ଳକ ୧୬ ଗୋଟି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ,ସରପଞ୍ଚ, ଆଲୋଚନାରେ ଭାଗନେଇଥିଲେ ।
ଏଥିରେ ବିନିକା ବିଦ୍ୟୁତ ବିଭାଗ ଏସଡ଼ିଓ ଉଦୟ ଶଙ୍କର ପାଟ୍ଟଯୋଶୀ, ବିଇଓ ଲକ୍ଷ୍ମଣ ମିଶ୍ର, ସହକାରୀ ନିର୍ବାହି ଯନ୍ତ୍ରୀ ବିଜୟ କୁମାର ପୂର୍ତ୍ତି, ରାମପୁର କେନାଳ ଏଇଇ ଅଭିନନ୍ଦନ କିଶାନ, ସପ୍ଳାଏ ଇନସ୍ପେକ୍ଟର ପ୍ରମୋଦ ଚନ୍ଦ୍ର ପଣ୍ଡା, ବିନିକା ଫରେଷ୍ଟର ବନମାଲି ପାଣ୍ଡେ, ଆରଡ଼ବ୍ଳୁଡ଼ି ଜେଇ ବିଶ୍ବନାଥ ହାସ୍ତାଦ, ଭାରାପ୍ରାପ୍ତ ସିଡ଼ିପିଓ ରେଣୁକା ପଣ୍ଡା, ସମେତ ବିନିକା ବ୍ଳକ କାର୍ଯ୍ୟଳୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

