Homebreaking newsଚୌକି ଜୋର ର ବନ୍ୟା ପାଣିରେ କାଇରାପାଲି ଜଳବନ୍ଦୀ : ଅଙ୍ଗନଦୀ ବନ୍ୟା ପାଣି ମାଡ଼ି...

ଚୌକି ଜୋର ର ବନ୍ୟା ପାଣିରେ କାଇରାପାଲି ଜଳବନ୍ଦୀ : ଅଙ୍ଗନଦୀ ବନ୍ୟା ପାଣି ମାଡ଼ି ଆସିବାରୁ ଘଣ୍ଟପାଳି ଟାପୁ ରେ ଫସିଥିବା ୭ ଜଣକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ସୁବର୍ଣ୍ଣପୁର, (୨୯/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ କାଇରାପାଲି ରେ ଚୌକିଜୋର ର ବନ୍ୟା ପାଣି ମାଡି ଯିବାରୁ ଚାରୋଟି ପରିବାର ଜଳ ବନ୍ଦୀ ହୋଇ ରହିଥିବା ବେଳେ ବିନିକା ଅଞ୍ଚଳରୁ ବିଛିନ୍ନ ହୋଇଯାଇଛି ।WhatsApp Image 2026 07 30 at 06.44.21

ସୂଚନା ଅନୁଯାଇ ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗତକାଲି ରାତିରୁ ଚୌକିଜୋରରେ ଜଳସ୍ତର ବଢ଼ିବାରେ ଲାଗିଥିଲା l ବିଳମ୍ବିତ ରାତିରେ ବନ୍ୟା ଜଳ କାଇରାପାଲି ଗ୍ରାମରେ ପଶିଥିଲା l ସକାଳ ପାଇବା ବେଳକୁ ସବୁଆଡେ ଜଳ ମଗ୍ନ ହୋଇଯାଇଥିଲା । ଫଳରେ ଗାଁ’ର ଈଶ୍ୱର ବିଶ୍ୱାଳ ଓ ଜେମାମନୀ ବିଶ୍ୱାଳ, ଭାସ୍କର ସେଠ୍ ଓ ଗହଲ ସେଠ୍, ଜୟରାମ ସେଠ୍ ଓ ଅଙ୍କିତା ସେଠ୍ ଏବଂ ସନ୍ତୋଷିନୀ ସେଠ୍ ଆଦି ଚାରୋଟି ପରିବାର ଜଳବନ୍ଦୀରେ ରହିଥିଲେ l ଖବର ପାଇ ଜିଲ୍ଲାପାଳ ଡ. ନୃପରାଜ ସାହୁ, ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ, ଏନଏସି ଅଧକ୍ଷ ସୁବାଷ ଚନ୍ଦ୍ର ଭୁଏ,ସିଡିପିଓ, ସୁପରଭାଇଜର,ତଥା ଏନଏସି କର୍ମଚାରୀ ଓ ପୁଲିସ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ପରିବାରମାନଙ୍କୁ ଉଦ୍ଧାର କରି ଗାଁ’ର ମିଶନ ଶକ୍ତି ଗୃହ ଏବଂ କମ୍ୟୁନିଟି ଗୃହରେ ରଖିଛନ୍ତି l ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦିଆଯାଇଛି ।WhatsApp Image 2026 07 30 at 06.44.21 1

ସେହିପରି ବିନିକା ଏନଏସି ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲି ସହରର ତଳିଆ ଅଞ୍ଚଳ ଯଥା ଗୁଲାପଡା, ପାତିକାରପଡା, ମନହରୀପଡା ବାସିନ୍ଦାମାନଙ୍କୁ ବନ୍ୟା ଆଶ୍ରୟ ସ୍ଥଳୀରେ ନିରାପଦରେ ରଖି ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗେଇ ଦିଆଯାଇଛି । ଉକ୍ତ କାର୍ଯ୍ୟରେ ଏନଏସି କର୍ମଚାରୀ ମାନେ ସହଯୋଗ କରୁଛନ୍ତି । ସେହିପରି ଅଙ୍ଗନଦୀ ରେ ବନ୍ୟା ପାଣି ଆସିବାରୁ ୭ ଜଣ ଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରିଛନ୍ତି । ବିନିକା ବ୍ଲକ କଇଁନ୍ତିରା ଗ୍ରାମ ପଞ୍ଚାୟତ ଘଣ୍ଟପାଲି ଅଙ୍ଗନଦୀ ନିକଟରେ ଆନ୍ଧ୍ରପ୍ରଦେଶ ର ଜଣେ ପାମ୍ ଚାଷ କରିଛନ୍ତି । ସେଠାରେ ରଞ୍ଜନ ପାଣ୍ଡେ, ମୀନା ପାଣ୍ଡେ, ନମିତା ପାଣ୍ଡେ, କଳ୍କୀ କର୍ମୀ, ବାଳକୃଷ୍ଣ ପରିହା ଙ୍କ ସମେତ ୨ ଶିଶୁ ଘର ଭିତରେ ଶୋଇଥିଲେ ।WhatsApp Image 2026 07 30 at 06.44.20

ରାତିରେ ପ୍ରବଳ ବର୍ଷା ହେବାରୁ ଅଙ୍ଗନଦୀ ରେ ବନ୍ୟା ପାଣି ମାଡି ଆସିବାରୁ ଘର ଚାରି ପାଖରେ ପାଣି ଘେରି ରହିଥିଲା l ସେମାନେ ଗ୍ରାମବାସୀ ଙ୍କୁ ଜଣାଇବାରୁ ଗ୍ରାମବାସୀ ୧୧୨ କୁ କଲ୍ କରିଥିଲେ l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓଆଇସି ତେଜରାଜ ସାହୁ, ମିଥୁନ ଅମାତ, ଲକ୍ଷ୍ମଣ ମେହେର, ପ୍ରଭାତ ଚାନ୍ଦ ପ୍ରମୁଖ ପହଞ୍ଚି ବନ୍ୟା ପାଣି ରେ ଫସି ରହିଥିବା ୭ ଜଣଙ୍କୁ ଉଦ୍ଧାର କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments