ସୁବର୍ଣ୍ଣପୁର, (୧୫/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି -ପାଙ୍କେଲ ଯିବା ଧର୍ସା ରାସ୍ତା ପାଣ୍ଡ୍ରିରୀ ଡୁଙ୍ଗୁରୀ ରାସ୍ତା ପାର୍ଶ୍ୱ ବୁଦାରେ ଶନିବାର ସମଲେଇଚୁଆ ଗ୍ରାମର ବବୁନ ଓରଫ୍ ସ୍ୱରୂପ କୁମାର ପାଣ୍ଡେ (୨୭) କୁ ଦୁର୍ବୁତ୍ତ ମାନେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲେ ।
ଏହି ଘଟଣାରେ ମୃତ ସ୍ୱରୂପ ର ବାପା ଅଷାଢୁ ପାଣ୍ଡେ ତାଙ୍କ ପୁଅକୁ କେହିଁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଡୁଙ୍ଗୁରିପାଲି ଥାନାରେ ଲିଖିତ ଜଣାଇଥିଲେ । ଘଟଣାସ୍ଥଳକୁ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ, ସୋନପୁର ଏସଡିପିଓ କଲ୍ୟାଣୀ ବେହେରା, ତଦନ୍ତ ଅଧିକାରୀ ଏସ ଆଇ ଅମିତ କୁମାର ଧଳ, ସୋନପୁର ଡଗ ସ୍କଡ଼ ଟିମ, ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବା ସହ ରାସ୍ତାରେ ପଡ଼ିଥିବା ରକ୍ତ ନମୁନା ସଂଗ୍ରହ କରି ନେଇ ଥିବା ବେଳେ ଡୁଙ୍ଗୁରିପାଲି ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ତନାଘନା ଜାରି ରଖିଥିଲା । ସ୍ୱରୂପକୁ ହତ୍ୟାକରି ଥିବା ଘଟଣାର ସମ୍ପୃକ୍ତ ଥିବା ୫ ଜଣକୁ ଥାନା କୁ ଆଣି ପଚାର ଉଚରା ଥାନା ଅଧିକାରୀ ରୋଜାଲିନ ପଟେଲ କରିଥିଲେ ।
ଅଭିଯୁକ୍ତ ମାନେ ହେଲେ ପାଙ୍କେଲ ଗ୍ରାମର ଗିରି ଆଡ଼ବାଙ୍କ (୨୫),ଗୋପାଳ ଆଡ଼ବାଙ୍କ (୨୨), ଲଙ୍ଗଳକଣ୍ଟା ଗ୍ରାମର ତୁଷାର ମଲ୍କିକ (୨୩), ଓ ଅନ୍ୟ ଦୁଇଜଣ ବାଳ ଅପରାଧୀ । ଏହି ଘଟଣାକୁ ନେଇ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ଡୁଙ୍ଗୁରିପାଲି ଥାନା ପରିସରରେ ଥିବା ଅଭ୍ୟର୍ଥନା କକ୍ଷ ରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ୱରୂପକୁ ହତ୍ୟା କରିବାର ମୁଖ୍ୟ କାରଣ ଲଙ୍ଗଳକଣ୍ଟା ଗ୍ରାମ ତୁଷାର ମଲ୍ଲିକ ଓ ମୃତ ସ୍ୱରୂପ ଙ୍କ ମଧ୍ୟରେ ବହୁ ଦିନ ଆଗରୁ ବଚସା ହୋଇଥିଲା । ପୂର୍ବ ଶତ୍ରୁତା ଥିବାରୁ ତୁଷାର ଓ ତାଙ୍କ ସାଙ୍ଗ ଗିରି ଆଡ଼ବାଙ୍କ, ଗୋପାଳ ଆଡ଼ବାଙ୍କ ଓ ଦୁଇ ଜଣ ନାବାଳକ ସମସ୍ତେ ମିଶି ଯୋଜନାବଦ୍ଧ ଭାବେ ସେମାନେ ସାଲେପାଲି -ଅଇଲା ଶାରୀ ରାସ୍ତା ରେ ଥିବା ଏକ କୁକୁଡ଼ା ଦୋକାନ ପାଖରେ ଶୁକ୍ରବାର ରାତି ୧୧ ଟା ସମୟରେ ଏକ ଖଣ୍ଡା, ଏକ ସ୍ପ୍ରିଙ୍ଗ ଛୁରୀ, ତିନି ଗୋଟି କାଠ ଠେଙ୍ଗା ସାହାଯ୍ୟ ରେ ସମସ୍ତେ ମିଶି ହତ୍ୟା କରି ଦୁଇଟି ବାଇକରେ ପାଙ୍କେଲ- ଅଇଲାସାରି ଧର୍ସା ରାସ୍ତା ପାର୍ଶ୍ୱ ପାଣ୍ଡ୍ରିର ଡୁଙ୍ଗୁରୀ ଜଙ୍ଗଲିଆ ରାସ୍ତା ପାର୍ଶ୍ୱ ବୁଦା ରେ ଫିଙ୍ଗି ଦେଇଥିଲେ ।
ଅଭିଯୁକ୍ତ ଙ୍କ ପାଖରୁ ଏକ ଖଣ୍ଡା, ସ୍ପ୍ରିଙ୍ଗ ଛୁରୀ, ତିନି ଗୋଟି କାଠ ଠେଙ୍ଗା,୫ଟି ମୋବାଇଲ ଓ ଦୁଇଟି ବାଇକ ଯାହାର ଗାଡି ନଂ – ଓଡ଼ି -୩୧ବି ୪୭୧୨ ହିରୋ ଗ୍ଲେଲେମର ଓ ଅନ୍ୟ ଏକ ବାଇକ ଗାଡି ନଂ ଓଆର ୧୭କେ ୫୯୩୩ ହିରୋ ପେଶନ ପ୍ରୋ କୁ ଜବତ କରାଯାଇଛି । ପୂର୍ବ ଶତ୍ରୁତା ଲାଗି ରହି ଥିବାରୁ ସ୍ୱରୂପ କୁ ହତ୍ୟା କରାଯାଇଛି ବୋଲି ଏସପି ନାୟକ କହିଛନ୍ତି ଏବଂ ଅଭିଯୁକ୍ତ ମାନଙ୍କୁ କେସ ନଂ – ୧୭୦/୨୬ ଅନୁସାରେ ଏକ ମକଦ୍ଦମା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସପି ପ୍ରକାଶ କରିଛନ୍ତି । ତିନି ଅଭିଯୁକ୍ତ ମାନଙ୍କ ଜାମିନ ନା ମଂଜୁର ହେବାରୁ ସୋନପୁର ଜେଲକୁ ପଠା ଯାଇଛି ଓ ଅନ୍ୟ ଦୁଇ ବାଳ ଅପରାଧୀ କୁ ସୁଧାର ଗୃହକୁ ପଠାଯାଇଥିବା ଜଣା ପଡିଛି ।

