ଖୋର୍ଦ୍ଧା // ଟାଙ୍ଗୀ, (୦୯/୦୭) : ଆପ୍ର : ରାସ୍ତା ପାର ହେବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅଧିନ ଚଣ୍ଡେଶ୍ୱର ନିକଟରେ ହୋଇଛି ଦୁର୍ଘଟଣା ।
ମୃତ ଶ୍ରମିକଙ୍କ ନାମ ରବିନ୍ଦ୍ର ପାଲଟା ସିଂ (୬୦)। ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୂ ଗ୍ରାମରେ ବୋଲି ଜଣାପଡିଛି । ରବିନ୍ଦ୍ର ଚଣ୍ଡେଶ୍ଵର ସ୍ଥିତ ଏକ ଢାବାରେ ଖାଇସାରି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କ ଉପରେ ଚଢି ଯାଇଥିଲା ଟ୍ରକ। ସ୍ଥାନୀୟ ଲୋକେ ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ଏଠାରେ ଡାକ୍ତର ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଟାଙ୍ଗୀ ପୋଲିସ ଖବର ପାଇ ଟ୍ରକକୁ ଜବତ କରିବା ସହ ଶବ ଜବତକରି ତଦନ୍ତ କରୁଛି । ଟ୍ରକ ଚାଳକଙ୍କୁ ଅଟଳ ରଖିଛି ଟାଙ୍ଗୀ ପୋଲିସ ।

