Homebreaking newsଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା, ପୋଲିସର ତଦନ୍ତ ଆରମ୍ଭ

ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା, ପୋଲିସର ତଦନ୍ତ ଆରମ୍ଭ

ଉଦଳା, (୦୯/୦୭) : ଆପ୍ର : ଗତକାଲି ବିଳମ୍ବିତ ରାତିରେ ଖୁଣ୍ଟାଥାନା ଅଧିନ କରିକିଚ଼ିଆ ଗ୍ରାମର ଜନୈକ ଶିକ୍ଷକଙ୍କ ଘରୁ ଲୁଟ ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

କରିକିଚ଼ିଆ ଗ୍ରାମର ଶିକ୍ଷକ ପ୍ରଶାନ୍ତ ବେହେରା ଓ ତାଙ୍କର ପରିବାର ଗତକାଲି ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଇଥିଲେ । ତେବେ ଘରକୁ ଫେରିବା ପରେ ଘର ସମ୍ମୁଖରେ ଜଳୁଥିବା ଲାଇଟଟି ବନ୍ଦଥିବା ଦେଖିବାକୁ ପାଇ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଘରର ମୁଖ୍ୟଦ୍ଵାର ଗ୍ରୀଲ ଭଙ୍ଗା ଯାଇଥିବା ଏବଂ ଘର ଭିତରେ ଥିବା ୩ଗୋଟି କୋଠରୀର କବାଟ ଭାଙ୍ଗି କେହି ଦୁବୁର୍ତ୍ତ ଗଦରେଜ ଖୋଲି ଲୁଟ କରିଥିବା ଦେଖିବାକୁ ପାଇଥିଲେ । ତେବେ ଲୁଟେରାମାନେ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ସମେତ ୩୦ହଜାରରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ୍ ଟିମ୍ ଅଧିକ ତଦନ୍ତ ଜାରି ରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments