ବୋରିଗୁମ୍ମା, (୧୫/୮) : ଆପ୍ର : କୋରାପୁଟ ଜିଲ୍ଲା ବାରଣୀପୁଟ ଡମ୍ବ ସମାଜ ଜୋନ୍ ଅଫିସ୍ ପକ୍ଷରୁ ବୋରିଗୁମ୍ମା ବ୍ଲକରେ ୮୦ ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି ।
ଶୁକ୍ରବାର ପ୍ରାତଃ ୭ଟା ୪୫ମିନିଟ୍ ସମୟରେ ବୋରିଗୁମ୍ମା ବଣ୍ଡାଗୁଡ଼ାସ୍ଥିତ ପେଟ୍ରୋଲ ବଲ୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ଡ଼ମ୍ବ ସମାଜର ସଭାପତି ଶଙ୍କର ହରିଜନ, ଉପସଭାପତି ସମ୍ବାରୁ ହରିଜନ ଓ କୋଷାଧ୍ୟକ୍ଷ ହରି ହରିଜନଙ୍କ ସମେତ ବୋରିଗୁମ୍ମା ବ୍ଲକର ବହୁ କର୍ମକର୍ତ୍ତା ଓ ସମାଜର ସଦସ୍ୟ ଉପସ୍ଥିତ ଥିଲେ । ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମସ୍ତେ ସ୍ମରଣ କରିଥିଲେ । ପରେ ଉପସ୍ଥିତ ସମାଜର କର୍ମକର୍ତ୍ତା ଓ ସଦସ୍ୟମାନେ ପରସ୍ପରକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ବୋରିଗୁମ୍ମା ବ୍ଲକର ବିଭିନ୍ନ ଅଞ୍ଚଳରୁ ଡ଼ମ୍ବ ସମାଜର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଜାତୀୟ ପର୍ବକୁ ଆନନ୍ଦ ଓ ଉତ୍ସାହର ସହ ପାଳନ କରିଥିବାରୁ ପରିବେଶ ଉତ୍ସବମୁଖର ହୋଇଉଠିଥିଲା ।

