Homelocalଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ କଡିନେଟର ହେଲେ ଜନାର୍ଦନ ଗରଡ଼ିଆ

ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ସଂଘ କଡିନେଟର ହେଲେ ଜନାର୍ଦନ ଗରଡ଼ିଆ

ରାୟଗଡ଼ା, (୦୪/୦୭) : ଆପ୍ର : ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ East Coast Railway Shramik congress (ECORSC) ରାୟଗଡ଼ା ଡିଭିଜନ ପକ୍ଷରୁ ଆଜି ଭୁବନେଶ୍ୱର ଜୋନ୍ ର ସାଧାରଣ ସମ୍ପାଦକ ଶ୍ରୀ ରମେଶ ସହୁଙ୍କ ନେତୃତ୍ୱରେ ଏକ ବିରାଟ ସଭାଯତ୍ରା ଓ ସଭା ECORSC ବ୍ରାଞ୍ଚ ଅଫିସ୍ ଠାରେ ଅନୁଷ୍ଠିତ ହୋଇଥିଲା ।WhatsApp Image 2026 07 04 at 18.08.25

ସଭାଯାତ୍ରାଟି କୋରାପୁଟ ଛକ ଶିବ ମନ୍ଦିରରୁ ଆରମ୍ଭ ହୋଇ ପଶ୍ଚିମ ରେଲୱେ କଲୋନୀ ଓ DRM ଅଫିସ୍ ପରିକ୍ରମା ପରେ ବସଷ୍ଟାଣ୍ଡ ନିକଟ ବାବାସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଭର ବ୍ରିଜ୍ ଦେଇ ଷ୍ଟେସନ ମୁଖ୍ୟ ପ୍ରବେଶ ଦ୍ୱାର ecorsc ବ୍ରାଞ୍ଚ ଅଫିସ୍ ଠାରେ ଏହି ବିଶାଳ ମୋଟର ସାଇକଲ ରାଲି ସମାପ୍ତ କରିଥିଲେ । ରେଳ ଷ୍ଟେସନ୍ ସମ୍ମୁଖ ରେ ଥିବା କଂଗ୍ରେସ୍ ଅଫିସ୍ ପ୍ରାଙ୍ଗଣରେ ସାଧାରଣ ସଭା ଆୟାଜନ କରି ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ରାୟଗଡ଼ା ଡିଭିଜନର ଡିଭିଜନାଲ୍ କର୍ଡିନେଟର ରୂପେ ଜନାର୍ଦ୍ଦନ ଗରଡ଼ିଆ ଓ ଉପ କର୍ଡିନେଟର ରୂପେ ରାହୁଲ କୁମାର ସେଣ୍ଟ୍ରାଲ ଅଫିସ୍ ବିଅରର ରୂପେ ସନ୍ତୋଷ ବେହେରା ଏବଂ ଶିଶୁ କୁମାର ନିଆଲ୍ଙ୍କ ନାମ ଘୋଷଣା କରିଥିଲେ ।WhatsApp Image 2026 07 04 at 18.08.27

ମଞ୍ଚଉପରେ ଜୋନାଲ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ସାହାଣୀ ଯୋଇଣ୍ଟ ଜେନେରାଲ ସେକ୍ରେଟାରୀ ଆ.ଶ୍ରୀନିବାସ, ଖୋର୍ଦ୍ଧା ଡିଭିଜନର ମଣ୍ଡଳ କର୍ଡିନେଟର ସୁନୀଲ ଭଞ୍ଜ ଡେପୁଟି କିର୍ଡିନେଟର ନିରଞ୍ଜନ ମିଶ୍ର ,A K pradhan COB, MGK ରାଓ COB, PK BEHERA COB ସୁଧୀର ପାଢ଼ୀ NFIR working committee member,Sanjay Kumar Das NFIR WORKING COMMITTEE MEMBER ଅନ୍ୟାନ୍ୟ ଓ ସେହିଭଳି ସମ୍ବଲପୁର ଡିଭିଜନର କର୍ଡିନେଟର୍ Md Raffic Ahmed ଡେପୁଟି କୋର୍ଡିନେଟର S.K.Mishra ଓ ଅନ୍ୟ ସମସ୍ତ ପଦାଧିକାରି ତଥା ଜୋନାଲ ହେଡ୍ କ୍ୱାର୍ଟର ରୁ ସମସ୍ତ ପଦାଧିକାରି ମଞ୍ଚାସିନ ଥିଲେ । ମଞ୍ଚାସିନ ଅତିଥି ମାନେ ଏଭଳି ଭବ୍ୟ ଆୟୋଜନକୁ ଦେଖି ଖୁସିରେ ବିଭୋର ହୋଯାଇଥିଲେ ।

ଆୟୋଜକ ମାନଙ୍କୁ ଅନେକ ଅନେକ ସାଧୁବାଦ ଜଣାଇଥିଲେ ଓ ସାଧାରଣ ସମ୍ପାଦକ ଶ୍ରୀ ସାହୁ ଙ୍କ ନେତୃତ୍ୱକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ Ch. ମାର୍କଣ୍ଡେୟ, ପ୍ରମୋଦ ସିଂ, ପ୍ରଧାନ, ଅରୁଣ କୁମାର, ଉଦୟ, ନବୀନ ବାବୁ ଙ୍କର ଯଥେଷ୍ଟ ପ୍ରୟାସ ଥିବା ଓ ରାୟଗଡ଼ା ବ୍ରାଞ୍ଚର ସମସ୍ତ ସାଥି ତଥା ଲକ୍ଷ୍ମୀପୁର କୋରାପୁଟ ଜଗଦଲପୁର ଆରୁକୁ ବ୍ରାଞ୍ଚରୁ ଅନେକ ସାଥି ଯୋଗଦେଇଥିବା ଯୋଗୁଁ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments