Homelocalବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର

ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର

ସୁବର୍ଣ୍ଣପୁର, (୦୫/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଶନିବାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସୋନପୁର ଶାଖା ଓ ଜାତୀୟ କୃଷି ଓ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ ରେଖା ପ୍ରଧାନ, ସଭାପତିତ୍ବରେ କରିଥିଲେl ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ତଥା ସୁବର୍ଣ୍ଣପୁର ଜିଲ୍ଲା ବ୍ୟାଙ୍କ ଆର୍ଥିକ ସାକ୍ଷର ପରାମର୍ଶ ଦାତା ଘନଶ୍ୟାମ ମେହେର, ଯୋଗଦେଇ ଛାତ୍ରୀ ଛାତ୍ର ଙ୍କ ବ୍ୟାଙ୍କର ବିଭିନ୍ନ ଆର୍ଥିକ ସୁବିଧା ଓ ଯୋଜନା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଆକାଶ ପ୍ରଧାନୀ, ରୋହିତ ଧାରୁଆ, ଝଲକ କୁମାର ମିଶ୍ର, ମାନୀଶ ଆଚାର୍ଯ୍ୟ, ଗ୍ରନ୍ଥ ଗାରିକ ଗରିବ ସେଲମା, ମଞ୍ଚାସିନ ଥିଲେ l ଅଧ୍ୟାପକ ଧନେଶ୍ୱର ସାହୁ, ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଅଧ୍ୟାପକ ନାରାୟଣ ଚୌଧୁରୀ,ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଦେବେଶ ଗଡ଼ନାୟକ, ଆଶୀର୍ବାଦ ପ୍ରଧାନ, ବିଶ୍ୱମୟ ଗୁରୁ, ଦିପ୍ତୀମୟୀ ଭୋଇ, ଙ୍କ ସମେତ ସମସ୍ତ ଛାତ୍ରୀଛାତ୍ର ଓ କର୍ମଚାରୀବୃନ୍ଦ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments