ରାୟଗଡା, (୫/୯) : ଆପ୍ର : ତା ୦୫/୦୯/୨୦୨୬ତାରିଖ ରେ ଶ୍ରୀ ଗିରି ଗୋବର୍ଧନ ମନ୍ଦିର ପରିସରରେ ନନ୍ଦ ଉତ୍ସବ ପାଳନ କରା ଯାଇଥିଲା ।
ସମାଜ ର ସମସ୍ତ ପରିବାର ବର୍ଗ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପୂଜା ଅର୍ଚନା କରିଥିଲେ l ସନ୍ଧ୍ୟା ସମୟ ରେ ଦଧି ହାଣ୍ଡି ଭଙ୍ଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବିଜେତା ଭାବେ ସୁମନ ମୂଷିକା, ଶୁଭମ ବେହେରା ଓ ରୁଷି ନାଇଡ଼ୁ ବିଜେତାଙ୍କୁ ସମାଜ ର ସଭାପତି ଶ୍ରୀ ବ୍ରଜ ସୁନ୍ଦର ନାୟକ ଓ ସମ୍ପାଦକ ଶ୍ରୀ ପ୍ରତାପ ଚନ୍ଦ୍ର ଗୌଡ଼ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଶ୍ରୀ ସଦାନନ୍ଦ ଗୌଡ଼, ବିଜୟ ଗୌଡ଼, ସତ୍ୟ ନାରାୟଣ ଗୌଡ଼, ସିମାଞ୍ଚଳ ଗୌଡ଼, ଉଦୟ ମାହାଙ୍କୁଡ, ବିରେନ ଗୌଡ଼ ଓ ପ୍ରଦୀପ ଗୌଡ଼ ପ୍ରମୁଖ ଉତ୍ସବ ର ଆୟୋଜନ କରିଥିଲେ ।

