Homeaccidentଟ୍ରକ ବାଇକ ମୁଁହା ମୁଁହି, ବାଇକ ଚାଳକ ଗୁରୁତର

ଟ୍ରକ ବାଇକ ମୁଁହା ମୁଁହି, ବାଇକ ଚାଳକ ଗୁରୁତର

ସୁବର୍ଣ୍ଣପୁର, (୦୬/୦୯) : ଆପ୍ର : ସୋନପୁର – ବିନିକା- ଡୁଙ୍ଗୁରିପାଲି ଜାତୀୟ ରାଜପଥ ୧୨୬ (ଏ ) ଏହି ଜିଲ୍ଲା ବିନିକା ଥାନା ସେଲେଡି ଗ୍ରୀଡ଼ ନିକଟରେ ସୋନପୁର ପଟରୁ ଓଡି ୦୫ ବିଏସ ୭୮୪୮ ନମ୍ବର ବିଶିଷ୍ଟ ଟ୍ରକ ଓଡି ୦୩ ଏଚ 4057 ସିଡି ଡୀଲସ୍କ ବାଇକ କୁ ଶମ୍ବୁଖରୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିଛି ସମୟ ଧରି ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଯାଇଥିଲା । ସୂଚନା ଅନୁଯାଇ ବାଇକ ଚାଳକ ଜଣକ ବିନିକା ଏନଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଜାମଛାପର ଗାଁ’ର ବିକାଶ ମେହେର କୌଣସି କାମରେ ସୋନପୁର ପଟକୁ ଯାଉଥିଲେ, ସୋନପୁର ପଟରୁ ପୁରୀ ଜିଲ୍ଲାରୁ ଟ୍ରକଟି ବ୍ରାନ ନେଇ ବରଗଡ଼ ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ଏହି ଘଟଣାଟି ଘଟିଥିଲା । ବିନିକା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବାରୁ ଘଟଣା ଶାନ୍ତ ପଡିଥିଲା । ବିନିକା ପୁଲିସ ଟ୍ରକକୁ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚାଲିଛି ବୋଲି ସବ ଇନିସ୍ପେକ୍ଟର ମାରୁତ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments