Homelocalଭୁତ ସରସିଙ୍ଗୀରାସ୍ତା ଠାରୁ ବୁଢ଼ା ଆମ୍ଭ ପୂର୍ତ୍ତ ବିଭାଗ ରାସ୍ତା ପାଇଁ କେ ଏସ ନଗର...

ଭୁତ ସରସିଙ୍ଗୀରାସ୍ତା ଠାରୁ ବୁଢ଼ା ଆମ୍ଭ ପୂର୍ତ୍ତ ବିଭାଗ ରାସ୍ତା ପାଇଁ କେ ଏସ ନଗର ବିଧାୟକ କଲେ ଶିଳାନ୍ୟାସ

ଗଞ୍ଜାମ, (୨୯/୦୫) : ଆପ୍ର : ଦୀର୍ଘ ବର୍ଷ ହେଲା ଭୁତ ସରସିଙ୍ଗି ବୁଢ଼ା ଆମ୍ବ ରାସ୍ତା ଜରାଜୀର୍ଣ୍ଣ ଅବସ୍ଥାରେ ରହି ପଥ ଚାରି ଓ ଗାଡି ବାଲାଙ୍କ ଯାତାୟାତ ରେ ବହୁ ଅସୁବିଧା ସୃଷ୍ଟି ହେବାସହ ଅନେକ ଦୁର୍ଘଟଣା ଘଟିଛି ।WhatsApp Image 2026 05 27 at 17.37.07

ତେବେ ଜନ ସାଧାରଣ ଓ ଜନ ପ୍ରତିନିଧି ଏହା ଉପରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରି ଏହିରାସ୍ତାର ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପୂର୍ତ୍ତ ବିଭାଗ ମନ୍ତ୍ରୀ ଓ ସଚିବ ଙ୍କ ସହ କଥାବାର୍ତ୍ତା କରି ଭୂତସରସିଙ୍ଗି ଠାରୁ ବୁଢାଆମ୍ବ ପର୍ଯ୍ୟନ୍ତ ପୂର୍ତ୍ତବିଭାଗୀୟ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧୭ କୋଟି ଟଙ୍କାର ଅନୁମୋଦନ କରିଥିଲେ । ତେବେ ଆଜି ତାହାର ଭୂମିପୂଜା କରି ଶିଳାନ୍ୟାସ କରି ବାର ଥିଲା, ତେବେ ଶିଳାନ୍ୟାସ ପୂର୍ବରୁ କିଛି ଅସ ହିଷ୍ଣୁ ରାଜନୈତିକ ବ୍ୟକ୍ତି ଏହି ଶିଳାନ୍ୟାସ ବୋର୍ଡ କୁ ଭାଙ୍ଗି ଦେଇଥିଲେ । ତେବେ କିଛି ସମୟ ପରେ ବିଧାୟକ ଆସି ପୁଣି ନୂତନ ବୋର୍ଡ ଲଗାଯାଇଥିବା ବୋର୍ଡ ରେ ଶିଳାନ୍ୟାସ କରିଥିଲେ ।WhatsApp Image 2026 05 27 at 17.37.07

ଅନ୍ୟମାନେ ଯେଉଁ ସାଂସଦ ଙ୍କ ନାମ ଲେଖା ଯାଇଥିବା କଥା ପ୍ରଚାର କରୁଛନ୍ତି ଯଦି ସେମାନଙ୍କ ସତ ସାହସ ଥିଲା ଶିଳାନ୍ୟାସ ସ୍ଥାନଜୁ ଆସି ପଚାରି ପାରିଥାନ୍ତେ । ଏମପି ମୋର ବଡ଼ ଭଉଣୀ ସଦୃଶ୍ୟ ଆମ ଭିତରେ ଫାଟ ସୃଷ୍ଟି କରିବା ପାଇଁ କିଛି କୁଚକ୍ରୀ ଗୋଷ୍ଠୀ ଏସବୁ କରୁଛନ୍ତି ଏବଂ ଆଇନ ସେମାନଙ୍କୁ ତାଙ୍କ ଦୋଷ ର ଦଣ୍ଡ ଦେବ ବୋଲି କହିଥିଲେ । ବଣମହୁରୀ ଗ୍ରାମରେ, ଅଙ୍ଗନବାଡି କେନ୍ଦ୍ର ଦୁଇଟିକୁ ଉଦଘାଟନ କରିବା ସହ ପଞ୍ଚାୟତ ଅଫିସିରେ ଏକ ବୈଠକ ମାଧ୍ୟମରେ ୧୭ ଜଣଙ୍କୁ ବିଭିନ୍ନ ଭତା ବଣ୍ଟନ କରିଥିଲେ ।

ସେଠାରୁ ସେ ଗୁଡ଼ିଆଳି ଯାଇ କବିସୂର୍ଯ୍ୟନଗର ବ୍ଲକର ଗୁଡିଆଳି ଠାରୁ ପୁରୁଷୋତ୍ତମପୁର ବ୍ଲକର ଟଙ୍କାଛାଇ ରାସ୍ତା ନିର୍ମାଣ ଲାଗି ହୋଇଥିବା ଫଳକକୁ ଉଦଘାଟନ କରିଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବିବିନ୍ନ ସ୍ଥାନର ସରପଞ୍ଚ ମାନେ ଦଳୀୟ ନେତା କର୍ମୀ ମାନେ ଓଯୁବକ ମହିଳା ଗୋଷ୍ଟି, ଅଙ୍ଗୱାଡି, ଏମ୍ବିକେ, ସିଆରପି କର୍ମୀ ମାନେ ଓ କବିସୂର୍ଯ୍ୟନଗର ବିଡ଼ିଓ ସିଡିପିଓ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments