Homelocalତିନିଗୋଟି ରାସ୍ତାର ଶିଳାନ୍ୟାସ କଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ

ତିନିଗୋଟି ରାସ୍ତାର ଶିଳାନ୍ୟାସ କଲେ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ନାୟକ

ଗଞ୍ଜାମ, (୨୪/୦୫) : ଆପ୍ର : ଆଜି କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ୩ ଗୋଟି ରାସ୍ତା ଯଥା ଖରିଡ଼ା ଠାରୁ କଲେଶ୍ୱର ଦେଇ ଯଉଗଡ଼ ପାଣ୍ଡିଆ ପର୍ଯ୍ୟନ୍ତ, ହୁମା ବୋଇରାଣୀ ପୂର୍ତ୍ତ ବିଭାଗ ରାସ୍ତାଠାରୁ କଇ ଠରା ବେଣିପୁର ରାସ୍ତା, ଓ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବଳରାମ ପୁର ବୀର ଜଗନ୍ନାଥ ପୁର ଆର ଡ଼ି ରାସ୍ତାର ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।WhatsApp Image 2026 05 24 at 19.06.19 1

ଦୀର୍ଘ ଦିନ ହେଲା ଏହିରାସ୍ତା ଗୁଡିକ ଗୁଡ଼ି ଉଠିଯାଇ ଖାଲ ଖମା ରେ ରହିଥିବାରୁ ଲୋକଙ୍କ ଯାତାୟାତ ରେ ବହୁତ ଅସୁବିଧା ହେଉଛି । ଏହି ଘଟଣା କୁ ସରପଞ୍ଚ ମନୋଜ ଦାଶ ଓ ପାଣ୍ଡିଆ ସରପଞ୍ଚ ଓ ଖରିଡ଼ା ସରପଞ୍ଚ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଧାୟକ ଏହି ରାସ୍ତା ଗୁଡିକ ର ଶିଳାନ୍ୟାସ କରି ଭୂମି ପୂଜା କରିଥିଲେ । ବିଧାୟକ ପ୍ରତାପ ନାୟକ ଙ୍କ ସହ ଦଳୀୟ କର୍ମୀ ନେତା ଓ ସରପସଞ୍ଚ, ସମିତି ସଭ୍ୟ, ସଭ୍ୟା, ମହିଳା ଗ୍ରୁପ ସଭାପତି ସମ୍ପାଦକ,ଦଦସ୍ୟ ଙ୍କ ସହିତ ସବୁଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ବିଶେଷ କରି ଖରିଡ଼ା ରାସ୍ତାଠାରୁ ପାଣ୍ଡିଆ ଯଉଗଡ଼ ରାସ୍ତା ବହୁତ ଅସୁବିଧା ଥିବାରୁ ଏବଂ ପର୍ଯ୍ୟଟକ ଙ୍କ ସହିତ ଜନ ସାଧାରଣ ଙ୍କ ବହୁ ଅସୁବିଧା କୁ ଦେଖି ପ୍ରଥମେ ସେହିରାସ୍ତା ଆରମ୍ଭ କରାଯିବ ଏବଂ କୌଣସି ରାସ୍ତା କାମରେ ନିମ୍ନ ମାନର କାମକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟକ କହିଛନ୍ତି ।WhatsApp Image 2026 05 24 at 19.06.20

ଏହି କାର୍ଯ୍ୟକ୍ରମ ରେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ, ବଡ଼ ଖରିଡା ସରପଞ୍ଚ ଙ୍କ ପ୍ରତିନିଧି ରମେଶ ଦଳେଇ, ପାଣ୍ଡିଆ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସେଠୀ ପୂର୍ବତନ ବ୍ଳକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ଙ୍କ ସହ ବହୁ ଦକୀୟ ନେତା, କର୍ମୀ ଓ ଆରଡ଼ି ବିଭାଗ ର ଏସଡ଼ିଓ, ଏବଂ ଯେଇ ଲୋକନାଥ ନାୟକ ଓ ତିନିଗୋଟି ରାସ୍ତାର ଠିକାଦାର ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments