Homelocalଗତ ୨ ମାସ ହେଲା ହଜାର ହଜାର ହିତାଧିକାରୀ ତାଲିକା ମାନଙ୍କୁ ଭତ୍ତା ମିଳିନଥିବାରୁ ଜାତୀୟ...

ଗତ ୨ ମାସ ହେଲା ହଜାର ହଜାର ହିତାଧିକାରୀ ତାଲିକା ମାନଙ୍କୁ ଭତ୍ତା ମିଳିନଥିବାରୁ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ହିତାଧିକାରୀ ହନ୍ତସନ୍ତ

ରାୟଗଡା, (୨୯/୦୫) : ଆପ୍ର : ସମାଜର ନିମ୍ନ ସ୍ତରରେ ରହିଥିବା ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଅନ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅଧୀନରେ ଭତ୍ତା ପ୍ରଦାନ କରିବା ଯୋଜନା ହୋଇଛି ।

କିନ୍ତୁ ଗତ ୨ ମାସ ହେଲା ହଜାର ହଜାର ହିତାଧିକାରୀମାନଙ୍କୁ ଭତ୍ତା ମିଳିନଥିବାରୁ ହିତାଧିକାରୀମାନେ ୪୦ ଡିଗ୍ରୀ ଉର୍ଦ୍ଧ୍ବ ଖରାରେ ବ୍ୟାଙ୍କକୁ ଆସି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନଥିବା‌ ଦେଖି ନିରାଶରେ ଫେରୁଛନ୍ତି । ଏନଏସଏପି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସୁଥିବାରୁ ବ୍ୟାଙ୍କ ଆକାଉଣ୍ଟରୁ ପଇସା କାଢ଼ିବା ପାଇଁ କିଏ ୫ କିଲୋମିଟର ତ କିଏ ୧୦ କିଲୋମିଟର ଦୂରରୁ ଆସି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଗତ ମାସ ଅପ୍ରେଲ ୧୫ ତାରିଖରେ ମିଳିବାକୁ ଥିବା ଭତ୍ତା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିନଥିଲା । ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷ ବ୍ୟାଙ୍କ କାନ୍ଥରେ ‌ଗୋଟିଏ ଛୋଟିଆ ନୋଟିସ ମାରି ସୂଚନା ଦେଇଥିଲେ ଯେ ଆସନ୍ତା ମେ ମାସରେ ୨ ମାସର ଭତ୍ତା ମିଳିବ ।

କିନ୍ତୁ ,ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୌଣସି ସୂଚନା କିମ୍ବା ଏନଏସଏପି ଭତ୍ତା ନମିଳିବା ନେଇ କୌଣସି ସୂଚନା ଦେଇନଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ବୃଦ୍ଧି ହୋଇଥିବା ଅସନ୍ତୋଷକୁ ଦେଖି ଅପ୍ରେଲ ୨୯ ତାରିଖରେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇ ସୂଚନା ଦେଇଥିଲେ ଯେ ଏନଏସଏପି ଯୋଜନାରେ ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ଅପ୍ରେଲ ମାସରୁ ଡି.ବି.ଟି ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି ।

ଏଣୁ ଏନଏସଏପି ଯୋଜନାରେ ଅପ୍ରେଲ ମାସରେ ଭତ୍ତା ପ୍ରଦାନ କରାଯିବ ନାହିଁ ଏବଂ ଅପ୍ରେଲ ମାସର ଭତ୍ତା ରାଶିକୁ ବକେୟା ଆକାରରେ ମେ ମାସରେ ସେମାନଙ୍କ ମାସିକ ଭତ୍ତା ରାଶି ସହ ଏକକାଳୀନ ପ୍ରଦାନ କରାଯିବ । ସେହି ଅନୁସାରେ ଚଳିତ ମାସ ୧୫ ତାରିଖରେ ହିତାଧିକାରୀମାନେ ନିଜ ନିଜ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ସୂଚନାରୁ ଜଣାପଡିଛି ଆଜି ସୁଦ୍ଧା ହିତାଧିକାରୀ ମାନଙ୍କୁ ଏନଏସଏପି ଯୋଜନାରେ ଭତ୍ତା ଟଙ୍କା ଆସିନାହିଁ । ଇରାନର ସାମରିକ ଘାଟି ଉପରେ ଆମେରିକାର ତୀବ୍ର ଆକ୍ରମଣ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଦରଦାମ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଭତ୍ତା ଟଙ୍କାକୁ ଅପେକ୍ଷା କରିଥିବା ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛିନ୍ତି ।

ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ , ଅଧିକାଂଶ ହିତାଧିକାରୀ ନିରକ୍ଷର ଏବଂ ଅନ୍ୟ ଉପରେ ନିର୍ଭରଶୀଳ। ପ୍ରବଳ ଗରମରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ଲୋକମାନେ ବ୍ୟାଙ୍କକୁ ଯିବାକୁ ବାଧ୍ୟ ହେଉଥିବାରୁ ସେମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲାରେ ପାଖାପାଖି ୮୨ ହଜାର ହିତାଧିକାରୀ ଏନଏସଏପି ଯୋଜନାରେ ଭତ୍ତା ପାଉଛନ୍ତି । ବିଭାଗ ସେମାନଙ୍କୁ ସାମାଜିକ ସୁରକ୍ଷା କଣ ଦେବ ଓଲଟା ବିପନ୍ନ କରିଥିବା ଅଭିଯୋଗ ଆଣିଛନ୍ତି ବିଏସପି ରାଜ୍ୟ ସଂପାଦକ ଗଙ୍ଗାଧର ପୁଆଲା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କେନ୍ଦ୍ର ସରକାର ଯୋଜନାରେ କିଛି ପରିବର୍ତ୍ତନ ଆଣୁଥିବାରୁ ବିଳମ୍ବିତ ହୋଇଛି ବୋଲି ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments