ଜୟପୁର, (୦୭/୧୧) : ଆପ୍ର : ଜୟପୁର ନିବାସୀ ବିଶିଷ୍ଟ ବିଜେଡି ନେତା ତଥା ଆଇନଜୀବୀ ଶ୍ରୀ ରମାକାନ୍ତ ରାଉଳଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ପାରାବେଡା ସ୍ଥିତ ବାସଭବନରେ ବହୁ ରାଜନେତା ପହଞ୍ଚି ଶୋକାକୁଳ ପରିବାରକୁ ସମବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସେ ଜଣେ ସଚ୍ଚା ଦେଶପ୍ରେମୀ, ସାହସୀ, ସ୍ୱାବଲମ୍ବି, କର୍ମଠ , ସ୍ପଷ୍ଟବାଦୀ, ସତ୍ୟବାଦୀ, ନିସ୍ୱାର୍ଥପର, ପରୋପକାରୀ ମଣିଷ ଥିଲେ। ସେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଅନୁକୂଳ ଠାକୁରଙ୍କ ଅନନ୍ୟ ଅନୁଗାମୀ ଥିଲେ। ସେ ଭଜନ ସଂକୀର୍ତ୍ତନ ଶୁଣିବାକୁ ବେଶି ଭଲ ପାଉଥିଲେ । ସେ ଜୟପୁର ଡଙ୍ଗାଗୁଡା ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ । ସତସଙ୍ଗ କେନ୍ଦ୍ରକୁ ପ୍ରତିଷ୍ଠା କରିବାରେ ତାଙ୍କର ବିଶେଷ ଅବଦାନ ରହିଛି । ଉକ୍ତ ସତସଙ୍ଗ ପ୍ରତିଷ୍ଠା ତଥା ଉଦଜୀବିତ ରଖିବା ପାଇଁ ନିଜ ରୋଜଗାର ରୁ ୫୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଅନୁଦାନ ଦେବା ସହ ଘର ଘର ବୁଲି ଲୋକଙ୍କ ସାହାଯ୍ୟ ସହଯୋଗ ବି ମାଗିଛନ୍ତି ।ସେ ବେଶ୍ ସରଳ ଭାବରେ ବଞ୍ଚିବା ବେଶ୍ ପସନ୍ଦ କରୁଥିଲେ ।
ସେ କେତେକ ଗରୀବ ଯୁବକଙ୍କୁ ଆର୍ଥିକ ସାହାଯ୍ୟ କରି ପାଠ ପଢ଼ାଇ ମଣିଷ କରିଛନ୍ତି । ସେ ବିଲଡର ଥିବା ବେଳେ କିଛି ଲୋକଙ୍କ ଘରେ ମାଗଣାରେ ନଳକୂପ ବସେଇ ଜଳ ସମସ୍ୟା ଦୂର କରିଛନ୍ତି ।ସେ ଜଣେ ଯାଜକ ଥିବାରୁ ବହୁ ଲୋକଙ୍କୁ ଦୀକ୍ଷା ଦେଇ ତାଙ୍କୁ ଆଧ୍ୟାତ୍ମିକ ଚେତନାରେ ଅନୁପ୍ରାଣିତ କରି ଅନେକଙ୍କ ପାଇଁ ବଞ୍ଚିବାର ମାର୍ଗଦର୍ଶକ ସାଜିଥିଲେ । ସେ ନିଜର ଅଦମ୍ୟ ସାହସ ଓ ବୁଦ୍ଧି ବଳରେ ଥରେ ମହାବଳ ବାଘ ଓ ଚିତାବାଘ କବଳରୁ ନିଜକୁ ବଞ୍ଚାଇ ବାରେ ସକ୍ଷମ ହୋଇଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରବି ନାରାୟଣ ନନ୍ଦ,କୋଟପାଡ଼ ବିଧାୟକ ରୁପୁ ଭତ୍ରା, ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାହାଡି, କୋଟପାଡ ପୂର୍ବ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ, ବିଜେଡି ନେତା ଈଶ୍ୱର ପାଣିଗ୍ରହୀ, ମୁନ୍ନା ରଥ, ବାଲା ରାୟ, କୋରାପୁଟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାନ୍ତ୍ରା, ବୈପାରୀଗୁଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା, ବିକ୍ରମଦେବ ବିଶ୍ବବିଦ୍ୟାଳୟ ଅବସର ପ୍ରାପ୍ତ ପ୍ରାଧ୍ୟାପକ ନୟନ ମହାନ୍ତି,ବାର କାଉନସିଲ୍ ସଦସ୍ୟ ପି ରମେଶ, ଭିଜିଲାନ୍ସ ପିପି ଶଶି ପଟ୍ଟନାୟକ ଓକିଲ ସଙ୍ଘ ସଭାପତି ବିଜୟ ଜେନା ଦେଓ, ଓକିଲ ସରୋଜ ଦାସ, ଓକିଲ ମୁନ୍ନା ସିଂହ ଲାଲ ପ୍ରମୁଖ ଯୋଗ ଦେଇ ସ୍ୱର୍ଗୀୟ ରଘୁନାଥ ରାଉଳଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ସ୍ୱର୍ଗତ ରଘୁନାଥ ରାଉଳ ଜଣେ ବିଲଡର ତଥା ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ଅନନ୍ୟ ଅନୁଗାମୀ ହୋଇଥିବାରୁ ସେହି ଉପଲକ୍ଷେ ପାରାବେଡା ସ୍ଥିତ ବାସଭବନ ସମ୍ମୁଖରେ ଜୟପୁର ସତସଙ୍ଗ କେନ୍ଦ୍ର ପକ୍ଷରୁ ଭଜନ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ବହୁ ସତସଙ୍ଗୀ ପରିବାର ଓ ଯାଜକ ଉପସ୍ଥିତ ରହି ଶ୍ରୀ ରଘୁନାଥ ରାଉଳଙ୍କ ସଦଗୁଣ ଓ ପରୋପକାରିତା ଏବଂ ସତସଙ୍ଗ କେନ୍ଦ୍ର ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିଶେଷ ଆଲୋଚନା କରି ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଏହି ଅବସରରେ ଗୃହରେ ପଣା ଦାନ, ହୋମ ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଚତୁର୍ଥ ପଣାଠୁଁ ଆରମ୍ଭ କରି ନବମୀ ପଣା ଦାନ କାର୍ଯ୍ୟକ୍ରମ ଓ ଚତୁର୍ଦ୍ଦଶୀ ଦିବସ ଭୋଜିର ଆୟୋଜନ କରା ଯାଇଥିଲା। ଏଥିରେ ବଡ ପୁଅ ତଥା ବିଜେଡି ନେତା ଶ୍ରୀ ରମାକାନ୍ତଙ୍କ ସହ ଧର୍ମପତ୍ନୀ ଅଧ୍ୟାପିକା ଝୁନୁ ଲତା ରାଉଳ, ବଡ ନାତି ଡାକ୍ତର ସାର୍ଥକ ରାଉଳ, ସାନ ନାତି ସାରାଂଶ ରାଉଳ, ନାତି, ତଥା ଆନ୍ତର୍ଜାତିକ ନୃତ୍ୟ ପ୍ରଶିକ୍ଷକ ସୁମିତ ସୌରଭ , ମଝିଆଁ ଭଉଣି ସାମ୍ବାଦିକା ଜ୍ୟୋତ୍ସ୍ନା ରାଉଳ, ସାନ ଭଉଣୀ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟାଙ୍ଗନା ଡକ୍ଟର ଚନ୍ଦନା ରାଉଳ ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ। ଓଡ଼ିଶା ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ . କାର୍ଯ୍ୟ ବେଶ୍ ସୁରୁଖୁରୁରେ ସମ୍ପର୍ନ୍ନ ହୋଇଥିଲା।

