ରାଇକିଆ, (୨୬/୦୯) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ଵତୀ ଶିଶୁ ମନ୍ଦିର ରେ ନମାମି ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଭାରତି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଭାରତ ରେ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସର୍ବ ଭାରତ ସ୍ତର ରେ ପୂର୍ବାହ୍ନ ୧୧.୦୦ ସମୟ ରେ ଏକ ସମୟ ଏକ ସ୍ୱର ଏକ ଲୟ ରେ ବନ୍ଦେ ମାତରଂ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟା ସବିତା ମିଶ୍ର ବନ୍ଦେ ମାତରମ୍’ର ଐତିହାସିକ ମହତ୍ତ୍ୱ ସମ୍ପର୍କ ରେ ଆଲୋକପାତ କରିବା ସହ ଏହାକୁ ସ୍ୱାଧୀନତା ଚେତନା, ଜାତୀୟ ଏକତା ଏବଂ ସାଂସ୍କୃତିକ ଅସ୍ମିତାର ଏକ ଶକ୍ତିଶାଳୀ ପ୍ରତୀକ ହୋଇ ପାରିଛି ସେ ନେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପରିଚାଳନା କମିଟି,ସମସ୍ତ ଗୁରୁଜୀ ,ଗୁରୁମା, କର୍ମଚାରୀ ମାନେ ସାମିଲ ହୋଇଥିଲେ ।

