Homelocalଉଲୁଣ୍ଡା ବ୍ଲକ ରକ୍ସା ଗ୍ରାମ ପଞ୍ଚାୟତରେ ଏମଜିଏନଆରଇଜିଏସ କାମର ଦୁର୍ନିତି ଘଟଣାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀଙ୍କୁ...

ଉଲୁଣ୍ଡା ବ୍ଲକ ରକ୍ସା ଗ୍ରାମ ପଞ୍ଚାୟତରେ ଏମଜିଏନଆରଇଜିଏସ କାମର ଦୁର୍ନିତି ଘଟଣାରେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ସୁବର୍ଣ୍ଣପୁର, (୨୫/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ରକ୍ସା ପଞ୍ଚାୟତର ଖପୁରୀପୂର ଠାରୁ ବଇମାନ ଟିକୀରା ଏବଂ ଖପୁରିପୂର୍ ଠାରୁ ରାଜନଗର ରାସ୍ତାର ଉନ୍ନତି କରଣ ନାଁ’ରେ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାରେ ଏହି ବ୍ଲକ ର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସୁପ୍ରିୟା ଗୁରୁଙ୍କୁ ନିଲମ୍ବିତ କରାଯାଇଛି ।

ପୂର୍ବରୁ ଏହି ଦୁର୍ନୀତି ଘଟଣାରେ ପିଇଓ ସୀତାରାମ ତ୍ରିପାଠୀ ଏବଂ ଏଡି ଇଓ ହିମାଂଶୁ ଶେଖର ଖମାରିକୁ ଜିଲ୍ଲାପାଳ ନିଲମ୍ବନ କରିଥିବା ବେଳେ ତତ୍କାଳୀନ ସହକାରି ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତ ରାଜ ବିଭାଗକୁ ତତ୍କାଳୀନ ଜିଲ୍ଲାପାଳ ଡ. ନୃପରାଜ ସାହୁ ସୁପାରିସ କରିଥିଲେ । ସୂଚନା ଅନୁସାରେ ଏହି ରାସ୍ତାରେ ମନରେଗା ଯୋଜନାରେ ସମୁଦାୟ ପ୍ରାୟ ୧୨ ଲକ୍ଷ୍ୟ ଟଙ୍କା ହଡ଼ପ କରାଯାଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲାପାଳ ତଦନ୍ତ କଲାପରେ ସତ୍ୟା ସତ୍ୟ ସାମ୍ନାକୁ ଆସିଥିଲା । ଏହି ଦୁର୍ନୀତି ଘଟଣାରେ ପୂର୍ବରୁ ଜିଲ୍ଲାପାଳ ପିଇଓ ଏବଂ ଏଡିଇଓ ନିଲମ୍ବନ କରିଥିବା ଵେଳେ ଯନ୍ତ୍ରୀ ଏବଂ ଏଇଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ପଞ୍ଚାୟତ ରାଜ ବିଭାଗକୁ ସୁପାରିସ କହିଥିଲେ । ଜିଲ୍ଲାପାଳଙ୍କ ସୁପାରିସ କ୍ରମେ ପଞ୍ଚାୟତ ରାଜ ଵିଭାଗ ପକ୍ଷରୁ ଚିଠି ନମ୍ବର୍ ୨୭୩୦୧ ଅନୁସାରେ କନିଷ୍ଠ ଯନ୍ତ୍ରୀ ସୁପ୍ରିୟା ଗୁରୁଙ୍କୁ ନିଲମ୍ବନ କରାଇଥିବା ଜଣାପଡ଼ିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments