ଆଠଗଡ଼, (୨୬/୦୯) : ଆପ୍ର : ଆଠଗଡ଼ ସାପୁଆ ନଦୀରେ ବନ୍ୟା । ସାପୁଆ ନଦୀରେ ବନ୍ୟା ଆସିବା ଫଳରେ ଆଠଗଡ଼ କନ୍ତୋଲ ଠାରେ ପୂର୍ବରୁ ହୋଇଥିବା ଘାଇ ଦେଇ ପଶିଛି ବନ୍ୟା ଜଳ ।
ଫଳରେ କନ୍ତୋଲର ୧୨ ଓ ୧୩ ନମ୍ବର ୱାର୍ଡରେ ବନ୍ୟା ଜଳ ପ୍ରବେଶ କରିଛି । ଘର, ବାଡ଼ି ଓ ମନ୍ଦିର ଭିତରେ ବନ୍ୟାଜଳ ପଶିଛି । ସେହିପରି ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ଠାରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ରାସ୍ତା ଉପରେ ଅଧିକ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ଦେଖାଦେଇଛି । ଅନ୍ୟପଟେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ଗଡ଼ା ଠାରେ ମଧ୍ୟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ବନ୍ୟା ଜଳ ଯୋଗୁଁ କନ୍ତୋଲ ଅଞ୍ଚଳର ଲୋକଙ୍କ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ନେଇ ଦେଖାଦେଇଛି ସମସ୍ୟା ।

