Homesportsରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ରହେନଭଟାରେ ବ୍ରଦର ଇଲେଭେନ କ୍ରିକେଟ୍ ଫାଇନାଲ୍ ସମ୍ପନ୍ନ, ବିଜୟୀ ହେଲା ପାତଳପଡା

ମୁରିବାହାଲ, (୧୭/୧୦) : ଆପ୍ର : ମୁରିବାହାଲ ବ୍ଲକ ଶିରୋଲ ପଞ୍ଚାୟତ ରହେନଭଟା ଗ୍ରାମରେ ବ୍ରଦର ଇଲେଭେନ କ୍ରିକେଟ୍ କ୍ଲବ ତରଫରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସ୍ଥାନୀୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫାଇନାଲ ମୁକାବିଲା ହଳଦୀ ଓ ପାତଳପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ହଳଦୀ ଦଳ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୫୨ ରନ ସଂଗ୍ରହ କରିଥିବା ବେଳେ ପାତଳପଡା ଦଳ ୩ ଓଭର ୨ ବଲରେ ୫୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ବିଜୟୀ ଦଳକୁ ୧୭ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments