Homelocalଅର୍ଣ୍ଣବ ଝଡ଼ ବାତ୍ୟାରେ ଡାଙ୍ଗେସି ଗ୍ରାମର ତିନି ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା...

ଅର୍ଣ୍ଣବ ଝଡ଼ ବାତ୍ୟାରେ ଡାଙ୍ଗେସି ଗ୍ରାମର ତିନି ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ରାଇକିଆ 25/11): ବିଗତ ଅର୍ଣ୍ଣବ ବାତ୍ୟାର ଭୟା ବହତାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ଅତ୍ୟଧିକ କ୍ଷତି ଗ୍ରସ୍ତ ରାଇକିଆ ବ୍ଲକ ଅନ୍ତର୍ଗତ ମାଣୀକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମର ତିନି ମୃତକଙ୍କ ପରିବାରର ମାମୁଁ ଘରକୁ ଯାଇ ମୃତ୍ୟୁରୁ ବଞ୍ଚି ରହିଥିବା ଏକମାତ୍ର ଉତ୍ତରାଧିକାରୀ ତିନି ବର୍ଷର ଝିଅ ଝାନସୀ ରାଣୀ ପ୍ରଧାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।c2386f8e 9b98 434c ba38 9a02c82b84b3

ଏହି କ୍ରମରେ ପ୍ରଶାସନିକ ସୂତ୍ରରୁ ପ୍ରକାଶ ଯେ ଆଜି ବୁଧବାର ଦିନ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ଆଜି ରାଇକିଆ ବ୍ଲକ ଗସ୍ତ କରି ମାଣୀକେଶ୍ୱର୍ ପଞ୍ଚାୟତ ଅନ୍ତର୍ଗତ ଯୋଗେଶ୍ୱର ଉଚ୍ଚ ବିଦ୍ୟାଳୟ ବାତ୍ୟା ଆଶ୍ରୟ ସ୍ଥଳକୁ ଯାଇ ମୃତକ ପିତା ଅଚ୍ୟୁତ ପ୍ରଧାନ, ମାତା ମାନସୀ ପ୍ରଧାନ ଓ ସାନ ଶିଶୁ ପୁଅ ଙ୍କ ଅକାଳ ମୃତ୍ୟୁ ଅନ୍ତେ , ଆଇ ସହିତ ମାମୁଁ ଘରକୁ ଯାଇ ମୃତ୍ୟୁରୁ ବଞ୍ଚି ରହିଥିବା ଏକମାତ୍ର ଉତ୍ତରାଧିକାରୀ ତିନି ବର୍ଷର କନ୍ୟା ଝାନସୀ ରାଣୀ ପ୍ରଧାନଙ୍କୁ ଆଠ ଆଠ ଲକ୍ଷର ମୋଟ ଚବିଶି ଲକ୍ଷ୍ୟ ଟଙ୍କାର ଅନୁକମ୍ପା ମୂଳକ ସହାୟତାର ତିନି ଗୋଟି ଚେକ୍ ଗୁଡ଼ିକ ଜିଲ୍ଲା ପାଳଙ୍କ ସହ ଯୁଗ୍ମ ଆକାଉଣ୍ଟ ନମ୍ବର ଥାଇ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ,ବ୍ଲକ ଅଧ୍ଯକ୍ଷା ରୀନା ପ୍ରଧାନ,ସ୍ଥାନୀୟ ବିଡିଓ ସବ୍ୟସାଚୀ ସାହୁ,ତହସିଲଦାର ବରିଆଲ ମୁର୍ମୁ, ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ସଂଯୋଜକ କ୍ଷୀରଦ ପ୍ରସାଦ ନାୟକ, ଜିପିଡିଓ ମହେଶ ପଟ୍ଟନାୟକ,ସଂସଦ ପ୍ରତିନିଧୀ ସନ୍ତୋଷେ କୁମାର ଲେଙ୍କା ଓ ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ପାତ୍ର ଏବଂ ବ୍ଲକ ଓ ତହସିଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments