Homelocalବଙ୍ଗୋପସାଗର ନୁହେଁ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉପକୂଳ ଓଡ଼ିଶାରେ...

ବଙ୍ଗୋପସାଗର ନୁହେଁ ଆରବ ସାଗରରେ ମଧ୍ୟ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ, ଉପକୂଳ ଓଡ଼ିଶାରେ ହେବ ଭାରୀ ବର୍ଷା !

ଭୁବନେଶ୍ୱର, (୧୭/୧୦) : ଆପ୍ର : ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ସପ୍ତାହରେ ଲୋପ୍ରେସର ସମ୍ଭାବନା । ୨୨ ତାରିଖ ପରେ ବଙ୍ଗୋପସାଗରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।

ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ଆଶଙ୍କା । ଭାରତୀୟ ପାଣିପାଗ ବିଭାଗ (IMD)ର ବିସ୍ତାରିତ ଅବଧି ପୂର୍ବାନୁମାନରେ ଏଭଳି ସମ୍ଭାବନା ପ୍ରକାଶ କରାଯାଇଛି । ଆଗାମୀ ସପ୍ତାହ ପ୍ରାରମ୍ଭରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ସପ୍ତାହର ମଧ୍ୟଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । କେବଳ ବଙ୍ଗୋପସାଗର ନୁହେଁ, ଆରବ ସାଗରରେ ମଧ୍ୟ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ଦକ୍ଷିଣ-ପୂର୍ବ ଆରବ ସାଗର ଓ ସଂଲଗ୍ନ ଲାକ୍ଷାଦ୍ୱୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ଲଘୁଚାପର ରୂପ ନେଇପାରେ। ଫଳରେ ଦେଶର ଉଭୟ ପାର୍ଶ୍ୱରେ ଥିବା ସମୁଦ୍ର ଅଞ୍ଚଳରେ ପାଣିପାଗ ପ୍ରଣାଳୀ ସକ୍ରିୟ ହେବାର ସମ୍ଭାବନା ରହିଛି । ଅକ୍ଟୋବର ୨୨ରୁ ୨୮ ତାରିଖ ମଧ୍ୟରେ ଦକ୍ଷିଣ ଭାରତ ଓ ପୂର୍ବ ଉପକୂଳର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ତାମିଲନାଡୁ, କେରଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ କିଛି ଦିନ ଧରି ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଉପକୂଳ ଆନ୍ଧ୍ରପ୍ରଦେଶ, ରାୟଲସୀମା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ବିଚ୍ଛିନ୍ନ ଭାବେ ଭାରୀ ବର୍ଷା ହୋଇପାରେ। ତେବେ ଓଡ଼ିଶାର କେଉଁ ଜିଲ୍ଲାରେ କେତେ ବର୍ଷା ହେବ ଏବଂ କେଉଁ ଦିନ ବର୍ଷାର ପ୍ରଭାବ ଅଧିକ ରହିବ, ସେନେଇ ଏବେଠାରୁ ନିର୍ଦ୍ଦିଷ୍ଟ ଆକଳନ କରାଯାଇନାହିଁ । ଅନ୍ୟପଟେ ଲଘୁଚାପ ସମ୍ଭାବନା ରହିଥିଲେ ମଧ୍ୟ ବର୍ତ୍ତମାନ ପାଇଁ କୌଣସି ଆସନ୍ନ ବାତ୍ୟା ସମ୍ପର୍କରେ ସତର୍କ ସୂଚନା ଦିଆଯାଇନାହିଁ ।

ଲଘୁଚାପ ସୃଷ୍ଟି ହେଲେ ତାହା କେଉଁ ଦିଗରେ ଗତି କରିବ, କେତେ ଘନୀଭୂତ ହେବ ଏବଂ ଓଡ଼ିଶା ଉପରେ ଏହାର କି ପ୍ରଭାବ ପଡ଼ିବ, ତାହା ପରବର୍ତ୍ତୀ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ । ପାଣିପାଗ ବିଭାଗ ପକ୍ଷରୁ ସମୁଦ୍ର ଉପରେ ସୃଷ୍ଟି ହେବାକୁ ଥିବା ପାଣିପାଗ ପ୍ରଣାଳୀ ଉପରେ ନଜର ରଖାଯାଇଛି । ଆଗାମୀ ଦିନରେ ଏହାର ଗତିପଥ, ତୀବ୍ରତା ଓ ସମ୍ଭାବ୍ୟ ବର୍ଷା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments