ମୁରିବାହାଲ, (୯/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାରପାଲି ହଳଦୀ ପଞ୍ଚାୟତ ଉମୁରା ନିବାସୀ ସ୍ୱର୍ଗତ ଦୁତିକୃଷ୍ଣ ସିଂ ଭୋଇଙ୍କ ଧର୍ମପତ୍ନୀ ଦମୟନ୍ତୀ ସିଂ ଭୋଇଙ୍କ ଆହ୍ୱାନ କ୍ରମେ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଐତିହାସିକ ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରାଯାଇଥିଲା।
ଏହି ପୀଠ ୧୦୦ ଏକରରୁ ଅଧିକ ପରିମିତ ସୁନ୍ଦର ପାହାଡ଼ ଉପରେ ଅବସ୍ଥିତ । ପାହାଡ଼ ଉପରେ ଆବାହନ କାଳରୁ ଏକ ଐତିହାସିକ ଗୁମ୍ଫାରେ ଡଙ୍ଗର ବୁଢ଼ା ଦେବୀ କନ୍ଧ ପରମ୍ପରା ଅନୁଯାୟୀ ଦଶହରା ମାସରେ ପୂଜା କରାଯାଏ । ଏହି ଦିନ ଦୂରଦୂରାନ୍ତରୁ ମାନସିକଧାରୀ ଭକ୍ତମାନେ ନିଜ ମାନସିକ ପୂରଣ ପାଇଁ କୁକୁଡ଼ା, ଛେଳି, ନଡ଼ିଆ ଆଦି ପୂଜା ସାମଗ୍ରୀ ଆଣି ଆସିଥାନ୍ତି । ଡଙ୍ଗର ବୁଢ଼ା ମନ୍ଦିର ନିର୍ମାଣ ପାଇଁ ଆସିଥିବା ଚିନ୍ତନ ବ୍ୟକ୍ତିମାନେ ଆଜିପର୍ଯ୍ୟନ୍ତ ଡଙ୍ଗର ବୁଢ଼ା ପୀଠ ଅବହେଳିତ ହୋଇ ରହିଥିବା ଦୃଶ୍ୟକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ତେଣୁ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି ଐତିହାସିକ ପାହାଡ଼ ସହ ଡଙ୍ଗର ବୁଢ଼ା ଗୁମ୍ଫାରେ ଏକ ମନ୍ଦିର ନିର୍ମାଣ ପାଇଁ ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅଞ୍ଚଳର ଭକ୍ତମାନେ ନିଜ ସକ୍ଷମ ଅନୁସାରେ ନିଜସ୍ୱ ଚାନ୍ଦା ଆଦାୟ କରି ମନ୍ଦିର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ଡଙ୍ଗର ଚଘା ।
ମୁଖ୍ୟତଃ ଏହି ସୁନ୍ଦର ପାହାଡ଼କୁ ପର୍ଯ୍ୟଟନ ମାନ୍ୟତା ଓ ଐତିହାସିକ ଗୁମ୍ଫାକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀଙ୍କ ଦାବି ରହିଛି । ଏହି ଶୁଭକାର୍ଯ୍ୟରେ ହଳଦୀ ଉମୁରାର ସ୍ୱର୍ଗତ ଦୁତିକୃଷ୍ଣ ସିଂ ଭୋଇଙ୍କ ଧର୍ମପତ୍ନୀଙ୍କ ସହ ଅଞ୍ଚଳର ଶ୍ରଦ୍ଧାଳୁମାନେ ରମେଶ ଭୋଇ, ସଂକୀର୍ତ୍ତନ ଶିକା, ଡା. ପୂର୍ଣ୍ଣାନନ୍ଦ କମ୍ପ, ପୂର୍ବତନ ସରପଞ୍ଚ ହୃଷିକେଶ ବାଗ, ସାରଥୀ ବାଗ, ହରେକୃଷ୍ଣ ସାହୁ, ଶେଷ ଦେବ ପୁଟେଲ, ଗାନ୍ଧୀଲାଲ ମହାକୁର, କନ୍ଦର୍ପ ଶିକା, ବସନ୍ତ ପଧାନ, ମାଣିଙ୍ଗ ଚନ୍ଦ୍ର ବନଛୋର,ନବୀନ ତାଣ୍ଡି, ବିଷ୍ଣୁ ପ୍ରସାଦ ସିଂ ଭୋଇ, ଲୋକନାଥ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।

