Homelocalବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ରାୟଗଡା ଜିଲ୍ଲାକୁ ଦୁଇଟି ରାଜ୍ୟସ୍ତରୀୟ ପୁରସ୍କାର

ବିଶ୍ୱ ହେପାଟାଇଟିସ୍ ଦିବସ ଅବସରରେ ରାୟଗଡା ଜିଲ୍ଲାକୁ ଦୁଇଟି ରାଜ୍ୟସ୍ତରୀୟ ପୁରସ୍କାର

ରାୟଗଡା, (୨୯/୦୭) : ଆପ୍ର : ବିଶ୍ୱ ହେପାଟାଇଟିସ୍ ଦିବସ–୨୦୨୬ ଅବସରରେ ଜାତୀୟ ଭୂତାଣୁଜନିତ ହେପାଟାଇଟିସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVHCP) ୨୦୨୫–୨୬ ଅନ୍ତର୍ଗତ ରାୟଗଡା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ ଜିଲ୍ଲାକୁ ଦୁଇଟି ବର୍ଗରେ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ହେପାଟାଇଟିସ୍-ବି ସଂକ୍ରମିତ ମାଆଙ୍କ ନବଜାତ ଶିଶୁମାନଙ୍କୁ ସର୍ବାଧିକ ସଂଖ୍ୟାରେ HBIG (Hepatitis B Immunoglobulin) ପ୍ରଦାନ କରିବା କ୍ଷେତ୍ରରେ ରାୟଗଡ଼ ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ହେପାଟାଇଟିସ୍-ସି ରୋଗୀଙ୍କ ସଫଳ ଚିକିତ୍ସା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ।

ଏହି ସଫଳତା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସାମୂହିକ ପ୍ରୟାସ, ଦକ୍ଷ ନେତୃତ୍ୱ ଏବଂ ସମନ୍ୱିତ କାର୍ଯ୍ୟର ପରିଣାମ ବୋଲି କୁହାଯାଇଛି । ଜିଲ୍ଲା ଟିମ୍ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ସାମୁଦାୟିକ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, UAAM, ସ୍ୱେଚ୍ଛାସେବୀ ସଂସ୍ଥା, ଜେଲ୍ କର୍ତ୍ତୃପକ୍ଷ, ଟ୍ରକର୍ସ ଆସୋସିଏସନ୍, ICTC, ବ୍ଲଡ୍ ବ୍ୟାଙ୍କ ଏବଂ ସମସ୍ତ ସମ୍ମୁଖ ଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଏହି ସଫଳତାର ମୂଳ ଭିତ୍ତି ହୋଇଛି।

ଏଥିସହ DPMU, BPMU, ଜିଲ୍ଲା ସର୍ଭେଲାନ୍ସ ୟୁନିଟ୍ (DSU), DEO, MRA, DDM-IDSP, ମାଇକ୍ରୋବାୟୋଲୋଜିଷ୍ଟ, ଏପିଡେମିଓଲୋଜିଷ୍ଟ, ଜିଲ୍ଲାର ସମସ୍ତ ପରୀକ୍ଷାଗାରର ଲ୍ୟାବ୍ ଟେକ୍ନିସିଆନ୍ ଏବଂ ତାଲିମପ୍ରାପ୍ତ ଚିକିତ୍ସକମାନଙ୍କ ଅବଦାନ ମଧ୍ୟ ପ୍ରଶଂସନୀୟ ରହିଛି । ଏହି ଅବସରରେ ଡିପିଏମ୍ ଡ଼ଃ ଲଷ୍ମୀଧର ମହାପାତ୍ର, ADPHO (DC) ଡ଼ଃ ମମତା ଚୌଧୁରୀ, DPHO ଡ଼ଃ ରୁମା ମହାପାତ୍ର, DMO (MS) ଡ଼ଃ ଡି. କେ. ଦେବ ଏବଂ I/C CDM & PHO ଡ଼ଃ ପ୍ରଶାନ୍ତ କୁମାର ମିଶ୍ରଙ୍କ ଦୂରଦର୍ଶୀ ନେତୃତ୍ୱ ଓ ନିରନ୍ତର ମାର୍ଗଦର୍ଶନକୁ ଏହି ସଫଳତାର ପ୍ରମୁଖ ଆଧାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିରନ୍ତର ପ୍ରୋତ୍ସାହନ, ସହଯୋଗ ଓ ମାର୍ଗଦର୍ଶନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଟିମ୍ ହେଲଥ୍ ରାୟଗଡ଼ର ସମସ୍ତ ସଦସ୍ୟଙ୍କୁ ଏହି ଗୌରବମୟ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହ ୨୦୩୦ ସୁଦ୍ଧା ଭୂତାଣୁଜନିତ ହେପାଟାଇଟିସ୍‌ର ସମ୍ପୂର୍ଣ୍ଣ ନିର୍ମୂଳନ ଲକ୍ଷ୍ୟ ହାସଲ ଦିଗରେ ଏଭଳି ସମନ୍ୱିତ ଏବଂ ନିଷ୍ଠାପୂର୍ଣ୍ଣ ଭାବେ କାର୍ଯ୍ୟ ଜାରି ରଖିବାକୁ ଆହ୍ୱାନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments